Report Card Odisha

| Daily Odia News

ବିଏମ୍ସି ଆଦାୟ କରିପାରିବନି ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ମହାନଗର ନିଗମର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ । ୨୦୧୧ ମସିହାରେ ଭୁବନେଶ୍ୱରବାସୀଙ୍କଠାରୁ ବର୍ଦ୍ଧିତ ହାରରେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା। ପୁରୁଣା ଟିକସଠାରୁ ବର୍ଦ୍ଧିତ ଟିକସ ପ୍ରାୟ ୧୦ ଗୁଣ ଅଧିକ ଥିଲା । ଏପରିକି ଖାଲି ପଡ଼ିଥିବା ଜାଗା ଉପରେ ମଧ୍ୟ ଟିକସ ଲାଗୁ କରାଯାଇଥିଲା । ପୁରୁଣା ମ୍ୟୁନିସିପାଲିଟି ଆଇନ ଆଧାରରେ ଏହି ବିଜ୍ଞପ୍ତି ଜାରି ହୋଇଥିବାରୁ ମହାନଗର ନିଗମ କ୍ଷେତ୍ରରେ ଏହା ଲାଗୁ କରାଯାଇପାରିବ ନାହିଁ ଦାବିରେ ଭୁବନେଶ୍ୱର କନଫେଡେରେସନ ଅଫ ସିଟିଜେନ୍ସ ଆସୋସିଏସନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ସମ୍ପୃକ୍ତ ବିଜ୍ଞପ୍ତିକୁ ଖାରଜ କରିବା ସହ ପୁନର୍ବିଚାର କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ। ବିଏମସିର ତତ୍କାଳୀନ କମିଶନର ପ୍ରେମଚାନ୍ଦ ଚୌଧୁରୀ ୨୦୧୯ ଅକ୍ଟୋବରରେ ପୁନର୍ବାର ବର୍ଦ୍ଧିତ ହାରରେ ଟିକସ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୦ ମସିହାରେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ଗତକାଲି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ବର୍ଦ୍ଧିତ ଟିକସ ଆଦାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ |

Breaking News