ରିପୋର୍ଟ କାର୍ଡ / କଟକ
ଏମ୍ଭି ଦେବୀ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାରାଦୀପ ପିଆଇସିଟି ବର୍ଥରେ ଗତ ନଭେମ୍ବର ମାସରେ ବର୍ଥିଂ ହୋଇଥିବା ଜାହାଜ ଏମ୍ଭି ଦେବୀକୁ ଗିରଫ କରିବାକୁ ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇଛନ୍ତି। ମାମଲା ସରିବା ପର୍ଯ୍ୟନ୍ତ ଜାହାଜଟି ପାରାଦୀପରେ ଅଟକି ରହିବ। ନିଜର ବକେୟା ପ୍ରାପ୍ୟ ପ୍ରାୟ ୮ କୋଟି ଟଙ୍କା ଜାହାଜର ମାଲିକଙ୍କଠାରୁ ପାଇବାକୁ ପାରାଦୀପ ଇଣ୍ଟର ନ୍ୟାସନାଲ ନାର୍ଗୋ ଟର୍ମିନାଲ ହାଇକୋର୍ଟ ଯାଇଥିଲା । ଗତ ନଭେମ୍ବର ୩୦ରୁ ଏଯାଏଁ ଜାହାଜଟିକୁ ଜବତ କରି କଷ୍ଟୋମ୍ ବିଭାଗ ପାରାଦୀପ ପୋର୍ଟ ଆଙ୍କରେଜରେ ରଖିଛି। ସେଥିରେ ୨୧ ଜଣ କ୍ରୁମେମ୍ବର ମଧ୍ୟ ଅଟକି ରହିଛନ୍ତି। ୧୦୦ କୋଟିର ବଣ୍ଡ ଏବଂ ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ବଦଳରେ ଜାହାଜ ମୁକୁଳାଇ ନେବାକୁ କୁଜଙ୍ଗ ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟ ଚଳିତ ମାସ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏବେ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଜାହାଜ ପାଇଁ ସମସ୍ୟା ଦେଖାଦେଇଛି । ସେପଟେ ଏପର୍ଯ୍ୟନ୍ତ କୋକେନ୍ ମିଳିବ ଘଟଣାର ସତ୍ୟତା ସାମ୍ମନାକୁ ଆସିନାହିଁ |






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..