ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁରେ ବେଆଇନ ବାଲି ଖନନ ଅଭିଯୋଗରେ ଅର୍ଥ ହେରଫେର ନେଇ ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ସମନ ଉପରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ରୋକ ଲଗାଇଛନ୍ତି। ଇଡି ଏହି ଘଟଣାରେ ପାଞ୍ଚ ଜଣ ଜିଲ୍ଲାପାଳଙ୍କୁ ହାଜର ହେବାକୁ ସମନ ଜାରି କରିଥିଲା। ବିଚାରପତି ଏସ ଏସ୍ ସୁନ୍ଦର ଏବଂ ସୁନ୍ଦର ମୋହନଙ୍କ ଖଣ୍ଡପୀଠ ତାମିଲନାଡୁ ମୁଖ୍ୟ ଶାସନ ସଚିବ କେ ନନ୍ଥା କୁମାରଙ୍କ ଦ୍ୱାରା ଆଗତ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟରେ ହୋଇଥିବା ବେଆଇନ ଖଣି ଖନନ ଉପରେ ଇଡି ଏହାର ତଦନ୍ତ ଜାରି ରଖିପାରିବ।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..