ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଶିକ୍ଷକ ବଦଳି ଲାଗି ବିଧାୟକ ଓ ଏମ୍ପିଙ୍କ ସୁପାରିସ୍ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାରକରି ହାଇକୋର୍ଟଙ୍କ ପକ୍ଷରୁ ମଙ୍ଗଳବାର ଅନ୍ତରୀଣ ରହିତାଦେଶ ଜାରି କରାଯାଇଛି। ଏହାକୁ ନେଇ ଶିକ୍ଷକ, ସରକାର, ବିଧାୟକ ଏବଂ ଏମ୍ପିମାନେ ଏବେ ଚିନ୍ତାରେ ପଡ଼ିଛନ୍ତି।ସୂଚନାଯୋଗ୍ୟ, ଚଳିତ ବର୍ଷ ମେ’୧୩ରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଦଳି ନିର୍ଦ୍ଦେଶନାମା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜାରି କରାଯାଇଥିଲା, ଯେଉଁଥିରେ ବିଧାୟକ ଏବଂ ଏମ୍ପିମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ୍ କରିବା ଲାଗି ନିର୍ଦ୍ଦେଶ ରହିଥିଲା। ତେବେ ସରକାରଙ୍କ ଏପରି ନୀତି ଦ୍ବାରା ଶିକ୍ଷକ ବଦଳି ବ୍ୟବସ୍ଥା ପ୍ରଭାବିତ ହୋଇଥିବା ନେଇ ଏକ ଅଭିଯୋଗର ଶୁଣାଣି କରି ବିଚାରପତି ଦୀକ୍ଷିତ୍ କ୍ରିଷ୍ଣା ଶ୍ରୀପଦ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଏଥିସହ ଆବେଦନକାରୀ ଶିକ୍ଷକଙ୍କ ବଦଳି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବାକୁ ଧାର୍ଯ୍ୟ ହୋଇଛି। ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ଜିଲାର ଦୁଇ ଶିକ୍ଷକ ଆର୍. ତ୍ରିପାଠୀ ଓ ଅନ୍ୟ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏହି ବଦଳି ପ୍ରସଙ୍ଗରେ ଆବେଦନ କରାଯାଇଛି।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..