Report Card Odisha

| Daily Odia News

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧି ବୃଦ୍ଧି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ରାଜ୍ୟରେ ବନ୍ୟା ବିଭୀଷିକା ଜାରିରହିଛି | ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୯, ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି ୧ ଓ ୨ ଶେଷ ନମ୍ବର ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଶେଷ ତାରିଖ ବୃଦ୍ଧି କରିଛନ୍ତି । ପୂର୍ବରୁ ଅଗଷ୍ଟ ୩୧ ରହିଥିଲା ତାହା କୁ ବୃଦ୍ଧିକରି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟାନ୍ୟ ଯାନ ପାଇଁ ଏଚଏସଆରପି ସଂଲଗ୍ନ କରିବାର ସମୟ ସୀମା ସମାନ ରହିଛି । ଅଗଷ୍ଟ ୨୪ ସୁଦ୍ଧା ମୋଟ ୭ ଲକ୍ଷ ୬ ହଜାର ୨୧୫ ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮ ହଜାର ୬୮୦ଟି ଗାଡ଼ିରେ ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଯାଇଛି । ସମୟସୀମା ଅନୁଯାୟୀ ଗାଡ଼ି ମାଲିକମାନଙ୍କୁ ସେମାନଙ୍କ ଗାଡ଼ିରେ ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧ ଓ ୨ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲାଗିବ । ଯେଉଁ ଗାଡ଼ିର ନମ୍ବର ନମ୍ବର ୩ ଓ ୪ ରେ ଶେଷ ହେଉଥିବ ସେଥିରେ ସେପ୍ଟେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୫ ଓ ୬ରେ ଶେଷ ହେଉଥିବ ସେଥିରେ ଅକ୍ଟୋବର ୩୧ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୭ ଓ ୮ ମଧ୍ୟରେ ଶେଷ ହେଉଥିବ ସେଥିରେ ନଭେମ୍ବର ୩୦ ମଧ୍ୟରେ, ଯେଉଁ ଗାଡ଼ିର ନମ୍ବର ୯ ଓ ୦ରେ ଶେଷ ହେଉଥିବ ସେଥିରେ ଡିସେମ୍ବର ୩୧ ମଧ୍ୟରେ ଏଚଏସଆରପି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

Breaking News