Report Card Odisha

| Daily Odia News

ହାୱଡ଼ାରୁ ପୁରୀକୁ ଚାଲିବ ହାଇସ୍ପିଡ୍‌ ଟ୍ରେନ୍‌……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହାୱଡ଼ାରୁ ପୁରୀକୁ ହାଇସ୍ପିଡ୍‌ ଟ୍ରେନ୍‌ ଚଳାଚଳ କରିବ। ରେଳ ମନ୍ତ୍ରାଳୟ ଦେଶରେ ଆଠଟି ହାଇସ୍ପିଡ୍‌ ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ସବୁ ଟ୍ରେନ୍‌ ହାୱଡ଼ା-ପୁରୀ, ହାୱଡ଼ା-ମୁମ୍ବାଇ, ହାୱଡ଼ା-ଚେନ୍ନାଇ, ଦିଲ୍ଲୀ-ଚେନ୍ନାଇ, ମୁମ୍ବାଇ-ଚେନ୍ନାଇ, ଚେନ୍ନାଇ-ବେଙ୍ଗାଲୁରୁ, ବେଙ୍ଗାଲୁରୁ-ହାଇଦ୍ରାବାଦ ଏବଂ ଚେନ୍ନାଇ-ହାଇଦ୍ରାବଦ ମଧ୍ୟରେ ଚାଲିବ। ହାଇସ୍ପିଡ୍‌ ଟ୍ରେନ୍‌ଗୁଡ଼ିକର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ରହିବ। ଏହାର ଗତି ଶତାଦ୍ଦୀ ଏକ୍ସପ୍ରେସ ଠାରୁ ଅଧିକ ରହିବ। ହାୱଡ଼ାରୁ ପୁରୀକୁ ଦୂରତା ୫୦୨ କିମି। ବର୍ତ୍ତମାନ ଚଳାଚଳ କରୁଥିବା ହା‌ୱଡ଼ା-ପୁରୀ ଶତାଦ୍ଦୀ ଏକ୍ସପ୍ରେସ ପୁରୀରେ ପହଞ୍ଚିବାକୁ ୮ ଘଣ୍ଟା ସମୟ ନେଉଥିବା ବେଳେ ପ୍ରସ୍ତାବିତ ହାଇସ୍ପିଡ୍‌ ଟ୍ରେନ ଏହି ଦୂରତାକୁ ଅତିକ୍ରମ କରିବାକୁ ଚାରି ଘଣ୍ଟା ଲାଗିବ। ଏହି ସବୁ ଟ୍ରେନ ଚଳାଚଳ ପାଇଁ ସମ୍ବନ୍ଧିତ ରେଳ ଜୋନ୍‌ଗୁଡ଼ିକୁ ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥି ପାଇଁ ନୂଆ କୋଚ୍‌ ତିଆରି ସହିତ ଟ୍ରେନଚାଳକଙ୍କୁ ବିଶେଷ ରୂପେ ପ୍ରଶିକ୍ଷିତ ମଧ୍ୟ କରିବାକୁ ପଡ଼ିବ। ଏହାର ଯାତ୍ରୀଭଡ଼ା କେତେ ହେବ ସେ ନେଇ ବିଚାରବିମର୍ଶ ଚାଲିଛି।

Breaking News