Report Card Odisha

| Daily Odia News

ହିମାଚଳ ପ୍ରଦେଶରେ ଭୂସ୍ଖଳନ, ଫସିଲେ ୨୦୦ରୁ ଅଧିକ ଲୋକେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରବଳ ବର୍ଷା ପାଇଁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ହୋଇଛି। ଲଗାତାର ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ଟ୍ରାଫିକ୍ ଜାମ୍ ଆରମ୍ଭ ହେବା ସହ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ ରାସ୍ତାରେ ଫସି ରହିଥିବାର ଜଣାଯାଇଛି। କୁହାଯାଉଛି ଯେ, ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଅଟ ନିକଟରେ ୨୦୦ରୁ ଅଧିକ ଲୋକ ଅଟକି ରହିଛନ୍ତି। ସେମାଙ୍କ ମଧ୍ୟରେ ଏକାଧିକ ଯାତ୍ରୀ ଥିବା କୁହାଯାଉଛି। ମଣ୍ଡି ପ୍ରଶାସନ ଅଧିକାରୀ କହିଛନ୍ତି ଯେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ରାସ୍ତାକୁ ଅବରୋଧ କରିଥିବା ବଡ଼ ବଡ଼ ପଥରକୁ ବିସ୍ଫୋରଣ କରି ହଟାଇବାକୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଚଣ୍ଡିଗଡ଼କୁ ମନାଲି ସହିତ ସଂଯୋଗ କରୁଥିବା ଜାତୀୟ ରାଜପଥ -୨୧ ସାତ-ଆଠ ଘଣ୍ଟା ମଧ୍ୟରେ ଖୋଲିବ ବୋଲି ଆଶା କରାଯାଉଛି। ଯାତ୍ରୀମାନଙ୍କୁ ରାସ୍ତା ଖୋଲା ନହେବା ପର୍ଯ୍ୟନ୍ତ ମଣ୍ଡି ଆଡକୁ ନଯିବାକୁ ପରାମର୍ଶ ଦିଆଯାଇଛି। ତେବେ ବର୍ଷା ଲାଗି ରହିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ମଧ୍ୟପ୍ରଦେଶ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବା ସହିତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ହେବ ବୋଲି କୁହାଯାଇଛି।

Breaking News