ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି | ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବିଧାନସଭା ତାରିଖ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ଏହା ପୁର୍ବରୁ ୧୨ ନଭେମ୍ବରରେ ରାଜ୍ୟରେ ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଭୋଟ ଗଣନା ହେବ। ଦିଲ୍ଲୀ ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ନିର୍ବାଚନ ଆୟୋଗ ଏହା ଘୋଷଣା କରିଛନ୍ତି। ଆଜି ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଦୀପାବଳି ପରେ ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ କ୍ରମଶଃ ୬୮ଏବଂ ୧୮୨ ଆସନ ପାଇଁ ନିର୍ବାଚନ ହେବ । ୮୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି, ଦିବ୍ୟାଙ୍ଗ ତଥା କରୋନା ସଂକ୍ରମିତମାନେ ଘରେ ଥାଇ ଭୋଟ ଦେଇ ପାରିବେ। ସେହିପରି ଯେଉଁ ଲୋକମାନେ ଭୋଟ୍ ଦାନ କେନ୍ଦ୍ରକୁ ଆସିବାକୁ ଅସମର୍ଥ ସେପରି ଲୋକମାନଙ୍କୁ ମତାଧିକାର କରିବା ପାଇଁ ନିର୍ବାଚନ ଆୟୋଗ ସେମାନଙ୍କୁ ଘରୁ ଆଣି ପୁଣି ସେମାନଙ୍କୁ ଛାଡ଼ିବାର ବ୍ୟବସ୍ଥା ନିର୍ବାଚନ ଆୟୋଗ କରିବେ ବୋଲି ସୂଚନା ଦେଇଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..