ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଗୁଜରାଟ ଆଉ ହିମାଚଳ ପ୍ରଦେଶର ଫଳାଫଳ ପ୍ରକାଶ ପାଇଛି । ଗୁଜରାଟ ପୁଣିଥରେ ବିଜେପି ହାତକୁ ଯାଇଛି | କଂଗ୍ରେସ ଦେଇଥିବା କଥା ଅନୁସାରେ ଗୋଟିଏ ପ୍ରଦେଶକୁ ସେ ତାର ଆୟତକୁ ନେଇଛି । ହିମାଚଳପ୍ରଦେଶରେ କଂଗ୍ରେସ ଶାସନକୁ ଫେରିଛି । ସୂଚନାମୁତାବକ କଂଗ୍ରେସ କ୍ଷମତାକୁ ଆସିବା ପରେ ନିଜ ବିଧାନସଭା କ୍ଷେତ୍ରରୁ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିଜୟ ହୋଇଥିବା ସତ୍ତେ୍ୱ ଇସ୍ତଫା ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଆମେ ଜନା ଦେଶକୁ ଗ୍ରହଣ କରୁଛୁ । ଲୋକ ଯାହା ଚାହୁଁଛନ୍ତି ଆମେ ତାହାକୁ ସମ୍ମାନ ଦେଉଛୁ । ଚଳିତଥର ମୋଟ ୬୮ ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ କଂଗ୍ରେସ ପ୍ରଥମରୁ ବିଜେପିକୁ କଡ୍ଡା ଟକ୍କର ଦେଉଥିଲା । ଏହା ସହିତ ପୂର୍ବଥର ଆସନ ବିଜୟ ହୋଇଥିବା ବେଳେ ଚଳିତଥର ଜିତିବ ବୋଲି ଆଶା ବାନ୍ଧିଥିଲା । କିନ୍ତୁ ବିଜେପିର ଆଶା ଏଠାରେ ମଉଳି ଯାଇଛି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..