ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିମାଚଳ ପ୍ରଦେଶର ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ ମୋଟ ୫୬୧ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି । ସର୍ବମୋଟ ୭୭୫ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଆସନ୍ତାମାସ ୧୨ ତାରିଖରେ ହିମାଚଳ ପ୍ରଦେଶରେ ମତଦାନ ହେବ। ନିର୍ବାଚନ ଫଳାଫଳ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ। ହିମାଚଳ ପ୍ରଦେଶରେ ସର୍ବମୋଟ ୫୫ ଲକ୍ଷ ୯୨ ହଜାର ୮୨୮ ଜଣ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରେ ୨୭ ଲକ୍ଷ ୩୭ ହଜାର ୮୪୫ ମହିଳା, ୨୮ ଲକ୍ଷ ୫୪ ହଜାର ୯୪୫ ଜଣ ପୁରୁଷ ଓ ୩୮ ଜଣ ତୃତୀୟ ଲିଙ୍ଗୀ ମତଦାତା ଅଛନ୍ତି । ନିର୍ବାଚନ ସମୟରେ ହେବାକୁ ଥିବା ଭ୍ରଷ୍ଟାଚାର ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ। ଦୁର୍ନୀତି ଯେମିତି ନ ହୁଏ ଏଥିପ୍ରତି ଲୋକଙ୍କୁ ସଚେତନ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….