Report Card Odisha

| Daily Odia News

ଆଜି ଅତାବିରା-ହିନ୍ଦୋଳ ଏନଏସିର ନିର୍ବାଚନ ଫଳ…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ଅତାବିରା ଓ ହିନ୍ଦୋଳ ଏନଏସିକୁ ମିଳିବ ନେତା । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛିା ଅତାବିରାର ବ୍ଲକ ଅଫିସ ଷ୍ଟ୍ରଙ୍ଗ ରୁମରେ ଇଭିଏମ ରହିଛିା ଏସବୁର ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି | ସେହିପରି ହିନ୍ଦୋଳରେ ୨ଟି ଟେବୁଲରେ ୧୬ ରାଉଣ୍ଡ ଗଣତି ହେବ। ଉଭୟ ସିଟରେ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଏପ୍ରିଲ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ଏନଏସି ପାଇଁ ମତଦାନ ହୋଇଥିଲା। ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ କାଉନସିଲର ପଦବୀ ନିମନ୍ତେ ମୋଟ ୫୦ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ଜଣ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେହିପରି ଅତାବିରା ଏନଏସିର ୧୨ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ୩୯ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

Breaking News