ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିନ୍ଦୁଜା ଗ୍ରୁପ ଅଧ୍ୟକ୍ଷ ଗୋପିଚାନ୍ଦ ପି. ହିନ୍ଦୁଜାଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଲଣ୍ଡନର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୋପିଚାନ୍ଦଙ୍କ ମୃତ୍ୟୁ ଘଟିଥିବା ପରିବାରର ନିକଟତମ ସୂତ୍ରରୁ ସୂଚନା ମିଳିଛି। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଗୋପିଚାନ୍ଦ ୧୯୫୦ରେ ମାତ୍ର ୧୦ବର୍ଷ ବୟସରୁ ପାରିବାରିକ ବ୍ୟବସାୟରେ ଯୋଗଦାନ କରିଥିଲେ। ୧୯୫୯ରେ ସେ ମୁମ୍ବାଇର ହିନ୍ଦ କଲେଜରୁ ସ୍ନାତନ ଶିକ୍ଷା ସମାପ୍ତ କରିଥିଲେ। ପାଠପଢ଼ା ସଙ୍ଗେ ସଙ୍ଗେ ସେ ବ୍ୟବସାୟରେ ମନୋନିବେଶ କରିଥିଲେ ଏବଂ ତାହାକୁ ଆଗେଇ ନେଇଥିଲେ। ସେ ୨୦୨୩ ମେ ମାସରେ ହିନ୍ଦୁଜା ଗ୍ରୁପ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ତାଙ୍କ ବଡ଼ ଭାଇ ଶ୍ରୀଚାନ୍ଦଙ୍କ ମୃତ୍ୟୁ ପରେ ସେ ଏହି ପଦବୀ ଗ୍ରହଣ କରିଥିଲେ। ଗୋପିଚାନ୍ଦଙ୍କ ସ୍ତ୍ରୀ ସୁନିତା, ପୁଅ ସଞ୍ଜୟ ଏବଂ ଧୀରଜ ଏବଂ ଝିଅ ରିତା ଅଛନ୍ତି।






More Stories
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..