Report Card Odisha

| Daily Odia News

ହୀରାକୁଦର ୨୦ ଫାଟକ ଖୋଲା…..

ରିପୋର୍ଟ କାର୍ଡ / ହୀରାକୁଦ

୨୦ ଟି ଗେଟ ଦେଇ ହୀରାକୁଦ ନଦୀବନ୍ଧରୁ ବନ୍ୟା ଜଳ ନିଷ୍କାସନ ଜାରି ରହିିଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୫ ଫୁଟ ରହିଥିବା ବେଳେ ବାମପାର୍ଶ୍ବର ୧୩ ଓ ଦକ୍ଷିଣ ପାର୍ଶ୍ବର ୭ଟି ଗେଟ ଦେଇ ପ୍ରାୟ ୩ ଲକ୍ଷ ୫୫ ହଜାର ୭୯୩ କ୍ୟୁସେକ ଜଳ ମହାନଦୀରେ ନିଷ୍କାସିତ ହେଉଛି। ସେହିପରି ଏହି ସମୟରେ ମୁଣ୍ଡଳି ଦେଇ ୨ ଲକ୍ଷ ୬୧ ହଜାର ୫୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳ ପ୍ରବେଶ ହ୍ରାସ ସହ ମହାନଦୀରେ ଜଳ ନିଷ୍କାସନ ପରିମାଣକୁ ହ୍ରାସ କରାଯିବ ବୋଲି ହୀରାକୁଦ ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି। ସୂଚନା ଅନୁସାରେ, ଜଳଭଣ୍ଡାରକୁ ୩ ଲକ୍ଷ ୮୮ ହଜାର ୯୩୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ସ୍ପିଲ୍‌ ୱେ, ପାୱାର ଚେନାଲ ଓ କେନାଲ ଦେଇ ମୋଟ୍‌ ୩ ଲକ୍ଷ ୫୫ ହଜାର ୭୯୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Breaking News