Report Card Odisha

| Daily Odia News

ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ ଗେଟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ହୀରାକୁଦ ଡ୍ୟାମର ୪ଟି ଗେଟ ବନ୍ଦ ହୋଇଛି। ଜଳସ୍ତର କମିବା ପରେ ଡ୍ୟାମର ଗେଟ ବନ୍ଦ କରାଯାଇଛି | ବନ୍ୟା ପରିସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ହୀରାକୁଦର ଜଳସ୍ତର ୬୨୦.୭୧ ଅଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୩ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୪,୬୦୦ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ମୁଣ୍ଡଳୀରେ ସକାଳ ୯ଟା ସୁଦ୍ଧା ୮ ଲକ୍ଷ ୫୭ ହଜାର ବନ୍ୟାଜଳ ପାସ କରୁଛି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୪ଟି ଗେଟ ବନ୍ଦ ହୋଇଛି। ଏବେ ୧୬ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଛି। ଛତିଶଗଡ଼ ସେଭଳି ବର୍ଷା ହୋଇନି। ସେଥିପାଇଁ ବନ୍ୟାଜଳ କମ୍ ନିଷ୍କାସନ ହେବ। ବର୍ଷାର ପରିମାଣକୁ ପର୍ଯ୍ୟାଲୋଚନା କରିବା ପରେ ଆଉ ଗେଟ ବନ୍ଦ କରିଵା ନିଷ୍ପତ୍ତି ନିଆଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି।

Breaking News