Report Card Odisha

| Daily Odia News

ଖୋଲିଲା ହୀରାକୁଦ ଡ୍ୟାମର ୭ ଗେଟ୍……

ରିପୋର୍ଟ କାର୍ଡ / ସମ୍ବଲପୁର

ଆଜି ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ୭ଟି ଗେଟ୍ ଖୋଲାଯାଇଛି। ଏହା ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଛି ହୀରାକୁଦ ଡ୍ୟାମ୍। ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଡ୍ୟାମ୍‌ର ବାମ ପାର୍ଶ୍ୱର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲା ଯାଇଥିଲା। ପରେ ଆଉ ୬ଟି ଗେଟ୍ ଖୋଲା ଯାଇଥିଲା। ଏବେ ବାମ ପାଶ୍ୱର ୫ଟି ଓ ଦକ୍ଷିଣ ପାର୍ଶ୍ୱର ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲାଯାଇଥିବା ବେଳେ ଆହୁରି ୧୩ଟି ଗେଟ୍ ଖୋଲାଯିବ। ଦୁଇଟି ପର୍ଯ୍ୟାୟରେ ୧୩ଟି ଗେଟ୍ ଖୋଲାଯିବ। ଦିନ ୧୨ଟା ବେଳକୁ ୭ଟି ଓ ଅପରାହ୍ନ ୨ଟା ପରେ ୬ଟି ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଏତେ ସଂଖ୍ୟକ ଗେଟ୍ ଖୋଲିବାକୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

Breaking News