ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ହକି ବିଶ୍ୱକପ୍ । ରାଜ୍ୟର ଭୁବନେଶ୍ୱର ଓ ରାଉରକେଲା ଦୁଇଟି ସହରରେ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଚାଲିଛି । ବିଶ୍ୱକପ ସମୟରେ ରାଜଧାନୀର ରାସ୍ତାଘାଟ କିପରି ପରିସ୍କାର ପରିଚ୍ଛନ୍ନ ରହିବ, ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବ, ଟ୍ରାଫିକ ପରିସ୍ଥିତି ନିୟନ୍ତ୍ରଣରେ ରହିବ, ରାସ୍ତଘାଟରେ ଉଠାଦୋକାନ ହଟିବ, ଗାଈଗୋରୁ ବୁଲୁବୁଲିକୁ ନିୟନ୍ତ୍ରଣ କରାଯିବ ଆଦି ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ହକି କ୍ରେଜରେ ରାଜଧାନୀର ବିଭିନ୍ନ ସ୍କୁଲର ପିଲାମାନେ ସାମିଲ ହେବେ । ଏହି ଜାତୀୟ ଖେଳର ପ୍ରସାର ପାଇଁ ଛାତ୍ରଛାତ୍ରୀମାନେ ଭାଗିଦାରୀ ହେବେ । ଏଥିପାଇଁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ପେଶାଲ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱକପ ଆୟୋଜନ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶେଷ କରାଯିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ । ସ୍କୁଲଗୁଡ଼ିକର ଖେଳପଡ଼ିଆରେ ହକି ବିଶ୍ୱକପର ପ୍ରଚାର ହୋର୍ଡିଂ ଲାଗିବ । ସ୍କୁଲଗୁଡ଼ିକରେ ଆୟୋଜନ ହେବାକୁ ଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ହକିକୁ ଗୁରୁତ୍ୱ ଦିଆଯିବ । ଏହାର ଖର୍ଚ୍ଚ ବହନ କରିବ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) । ଏଥିପାଇଁ ଭୁବନେଶ୍ୱର ବ୍ଲକକୁ ୫୪ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ମଧ୍ୟ ଅର୍ଥ ପ୍ରଦାନ କରାଯାଇଛି । ଡିସେମ୍ବର ୮ରୁ ୨୦ ମଧ୍ୟରେ ସ୍କୁଲସ୍ତରୀୟ, ୨୨ ତାରିଖ ସୁଦ୍ଧା ବ୍ଲକ ସ୍ତରୀୟ ଓ ଜାନୁଆରୀ ୨ରୁ ୧୦ ମଧ୍ୟରେ ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ସମାପ୍ତ ନେଇ ପରାମର୍ଶ ଦିଆଯାଇଛି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..