ରିପୋର୍ଟ କାର୍ଡ / ରାଉରକେଲା
ପୁରୁଷ ହକି ବିଶ୍ବକପ ପୂର୍ବରୁ ଖେଳାଳି, ପ୍ରଶିକ୍ଷକ, ସପୋର୍ଟ୍ ଷ୍ଟାଫ୍ଙ୍କ ରହଣି ପାଇଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ପରିସରରେ ‘ବିଶ୍ବକପ ଗ୍ରାମ’ର ନିର୍ମାଣ କରାଯାଇଥିଲା। ଅତ୍ୟାଧୁନିକ ସୁବିଧାସୁଯୋଗରେ ଭର୍ତ୍ତି ହୋଇଥିବା ଏହି ବିଶ୍ବକପ୍ ଗ୍ରାମ କୌଣସି ଗୁଣରେ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲଠାରୁ କମ୍ ନଥିଲା। ଏହି ଅତ୍ୟାଧୁନିକ ଭିତ୍ତିଭୂମିକୁ ଭଡ଼ାରେ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶ୍ବକପ୍ ଗ୍ରାମର ପରିଚାଳନା ଓ ପ୍ରବନ୍ଧନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ଏହାକୁ ସ୍ବଳ୍ପକାଳୀନ ନୁହେଁ; ବରଂ ଦୀର୍ଘକାଳୀନ ଭିତ୍ତିରେ ଲିଜ୍ରେ ଦିଆଯିବ।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….