Report Card Odisha

| Daily Odia News

୧୨ରୁ ୧ଟା ସୁଦ୍ଧା ସରିବ ହୋଲି ଖେଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଲାଟୁନ୍ ପୋଲିସ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖୁଲାରୀ। ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପି ପରାମର୍ଶ ଦେଇଛନ୍ତି। ହୋଲିରେ ମଦ ଦୋକାନ ବନ୍ଦ ରହିବ। ବେଆଇନ୍ ଭାବେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ। ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି। ସେପଟେ ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଭୁବନେଶ୍ଵର ସହର ପାଇଁ ଅଧିକ ଫୋର୍ସ ମୁତୟନ କରାଯିବ। ଭୁବନେଶ୍ଵର ଓ କଟକ ସହରର ଅତି ସମ୍ବେଦନଶୀଳ ଓ ଦୁର୍ଘଟଣା ବହୁଳ ଜଳାଶୟ ନିକଟରେ ଫୋର୍ସ ମୁତୟନ ହେବେ । ଭୁବନେଶ୍ଵରରେ ୫ଟି ଓ କଟକରେ ୩ଟି ଅତିରିକ୍ତ ଟିମ ଘାଟ ଜଗିବେ । କଟକର ଦେବୀଗଡ଼ା, ଗଡ଼ଗଡ଼ିଆ, ଯୋବ୍ରା ସମେତ ଭୁବନେଶ୍ଵରର ପୁରୀ କେନାଲ, କୁଆଖାଇ ନଦୀଘାଟ, ଦୟାନଦୀ ଘାଟ, ବାଙ୍କୁଆଳ କେନାଲ ବନ୍ଧ, ବାଲିଅନ୍ତା ସାଇଫୋନରେ ମୁତୟନ ରହିବେ। ସମ୍ବଲପୁର ସହର ପାଇଁ ୨ଟି ଟିମ୍ ମୁତୟନ ହେବେ । ଏହାବାଦ ପ୍ରତି ଜିଲ୍ଲାର ସଦର ମହକୁମାରେ ଗୋଟିଏ ଲେଖାଏଁ ଟିମ ଜଗିବେ ଘାଟ। ମୋଟ ୩୪୫ ଅଗ୍ନିଶମ ଟିମ ସାରା ରାଜ୍ୟରେ ମୁତୟନ ରହିବେ। ପୁରୀ ସମୁଦ୍ର କୂଳରେ ୧୦୦ ନୋଳିଆ ମୁତୟନ ରହିବେ । ଏହାବାଦ୍ ସ୍କୁବା ଡ୍ରାଇଭର, ପାୱାର ବୋଟ୍, ହାଇମାଷ୍ଟ ଲାଇଟ୍, ପାଟ୍ରୋଲିଂ ଭେଇକିଲ ବି ଘାଟ ଗୁଡିକରେ ରହିବ।

Breaking News