ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିମାନ ଦୁର୍ଘଟଣାରେ ଚାଲିଯାଇଛି ହଲିଉଡ୍ ଅଭିନେତା ଓଲିଭରଙ୍କ ମୁତ୍ୟୁ ହୋଇଛି | ତାଙ୍କ ସହ ତାଙ୍କର ଦୁଇ ଝିଅ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ ଓଲିଭର ଛୁଟି କାଟିବାକୁ ପରିବାର ସହ ବିମାନ ଯୋଗେ ସେଣ୍ଟ ଲୁସିଆକୁ ବାହାରିଥିଲେ । ହେଲେ ବିମାନଟି ଉଡାଣ ଭରିବା ସମୟରେ କେରେବିୟନ୍ ସାଗରରେ ଖସି ପଡିଥିଲା। ଏହାପରେ ତୁରନ୍ତ ଉଦ୍ଧାରକାରୀ ଟିମକୁ ଖବର ଦିଆଯାଇଥିଲା। ଖବର ପାଇ ରେସକ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସମୁଦ୍ର କୂଳରୁ ୪ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ହଲିଉଡ ଅଭିନେତା ଓଲିଭର ଏବଂ ତାଙ୍କ ଦୁଇ ଝିଅ ଓ ପାଇଲଟ୍ ରବର୍ଟ ସାସ୍ ରହିଥିଲେ | ଓଲିଭର ଜଣେ ଖ୍ୟାତନାମା ହଲିଉଡ୍ ଅଭିନେତା ଥିଲେ । ନିଜ ଫିଲ୍ମ କ୍ୟାରିୟରରେ ସେ ୬୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ସେ ଦର୍ଶକଙ୍କୁ ନିଜ ଅଭିନୟ ଜାଦୁରେ ବାନ୍ଧି ରଖିଥିଲେ । ତାଙ୍କ ମୃତ୍ୟୁରେ ହଲିଉଡ୍ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।
More Stories
RBIର ଡେପୁଟି ଗଭର୍ନର ପୁନମ ଗୁପ୍ତା…..
୪ ରେ ବ୍ୟାଙ୍କକ୍ ଯିବେ ପ୍ରଧାନମନ୍ତ୍ରୀ…..
ବିଗିଡ଼ିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା, ଯିବେ ଦିଲ୍ଲୀ…..