Report Card Odisha

| Daily Odia News

ହନି ସିଂହ-ଶାଳିନୀ ଙ୍କ ଛାଡ଼ପତ୍ର ,ଭରଣ ପୋଷଣ ୧ କୋଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବୀ ସିଙ୍ଗର ଏବଂ ରାପର୍ ୟୋ ୟୋ ହନି ସିଂହ ପତ୍ନୀ ଶାଳିନୀ ତଲୱାର ଙ୍କ ମଧ୍ୟରେ ଛାଡପତ୍ର ହୋଇଛି । ଛାଡ଼ପତ୍ର ଚୁକ୍ତିନାମା ଅନୁସାରେ ପତ୍ନୀଙ୍କ ଭରଣ ପୋଷଣ ବାବଦକୁ ହନି ୧ କୋଟି ଟଙ୍କା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ- ୨୦୨୧ରେ ହନି ସିଂହ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଶାଳିନୀଙ୍କ ତରଫରୁ ଦିଲ୍ଲୀର ସକେତ୍‌ ପାରିବାରିକ ଅଦାଲତରେ ମାମଲା ରୁଜୁ କରାଯାଇଥିଲା। କ୍ଷତିପୂରଣ ବାବଦରେ ସେ ୨୦ କୋଟି ଟଙ୍କା ଦାବି କରିଥିଲେ। ହନି ସିଂହ ତାଙ୍କ ଠାରୁ ଠକେଇ କରି ଅର୍ଥ ନେଇଥିବା ଶାଳିନୀ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ମାମଲାର ବିଚାର କରି ଅଦାଲତ ବିବାହ ବିଚ୍ଛେଦକୁ ମଞ୍ଜୁର କରିବା ସହ ଭରଣପୋଷଣ ବାବଦରେ ଶାଳିନୀଙ୍କୁ ୧ କୋଟି ଟଙ୍କା ପ୍ରଦାନ ପାଇଁ ହନି ସିଂହଙ୍କୁ କୋର୍ଟ ନିର୍ଦେଶ ଦେଇଥିଲେ।

 

 

Breaking News