ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍ ଓ ବ୍ଲାକ୍ମେଲିଂ ଅଭିଯୋଗ ହୋଇଛି । କଟକ ଲାଲବାଗ ଥାନା ପୋଲିସ ଦ୍ୱାରା ହନିଟ୍ରାପ ରାକେଟର ପର୍ଦ୍ଦାଫାସ୍ । ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସଂପୃକ୍ତ ଜଣେ ଯୁବତୀ ଫେରାର ଥିବା ନେଇ ସୂଚନା ମିଳିଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ ହୋଇଛି । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍ରେ ଡାକିଥିଲେ । ଯୁବକ ଜଣଙ୍କ ଆସିବା ପରେ ନିର୍ଧୂମ ମାଡ଼ ମାରିଥିଲେ ୩ ଦୁର୍ବୃତ୍ତ । ମାଡ଼ି ମାରି ଏଟିଏମ୍ କାର୍ଡ ନେଇଯିବା ସହ ବ୍ଲାକମେଲିଂ କରୁଥିଲେ ୩ ଦୁର୍ବୃତ୍ତ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……