Report Card Odisha

| Daily Odia News

ପ୍ରଶଂସାର ପାତ୍ର ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ପ୍ରିୟ ଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହୋଇପାରନ୍ତି। ବଳବାନ୍‌ ହେବେ। ସହନଶୀଳ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବ୍ୟବସାୟରୁ ଅଧିକ ଧନଲାଭ ହେବ।
ବୃଷ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଧନସମ୍ପଦ ଭରପୂର ରହିବ। ସୈନିକମାନେ ରଣ କ୍ଷେତ୍ରରେ ବୀରତ୍ବ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେବେ।

ମିଥୁନ: କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଏକାନ୍ତରେ ମୌନାବତାରରେ ସାଧନା ଫଳବତୀ ହେବ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି।
କର୍କଟ: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳ ହେବେ।

ସିଂହ: ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। ଉଚ୍ଚ ଅଧିକାରୀ ଓ ସଜ୍ଜନମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି। କୁଳପ୍ରଦୀପ ହେବେ। ସଦାସର୍ବଦା ଚିତ୍ତପ୍ରସନ୍ନ ରହିବ। ଦୟାଳୁ ହେବେ।

କନ୍ୟା: ନୀରୋଗ ଶରୀର ସମ୍ପନ୍ନ ହେବେ। ସୌଭାଗ୍ୟଶାଳୀ ଓ ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ପତ୍ନୀ ସୁନ୍ଦରୀ, ସୁଶୀଳା ଓ ଗୃହକାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ। ଧନାଗମ ହେବ। ଧର୍ମାତ୍ମା ହେବେ।

ତୁଳା: ପରିସ୍ଥିତିରେ ପଡ଼ି ଈର୍ଷା ପରାୟଣ ହୋଇପାରନ୍ତି। କଥାବାର୍ତ୍ତାରେ ବେଳେବେଳେ ବାଚାଳତା ପ୍ରକାଶ ପାଇପାରେ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ।

ବିଛା: ସାଙ୍ଗସାଥୀଙ୍କ ସହିତ ମିଳିତ ହୋଇପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ଧନୁ: ଭ୍ରାତୃସ୍ନେହୀ ହୋଇପାରନ୍ତି। ଆୟୁଷ୍ମାନ୍‌ ହେବେ। ସୁସ୍ଥ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ମୂଳ ଆୟକୁ ଦୃଷ୍ଟିରେ ରଖି ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ମକର: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବେ। ଧାର୍ମିକ ଓ ତେଜସ୍ବୀ ହେବେ।

କୁମ୍ଭ: ଉଦାର ଚରିତସମ୍ପନ୍ନ ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଜଳଯାତ୍ରାରେ ବିପଦ ଅଛି। ଯାନବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ମୀନ: ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ଭାଇମାନଙ୍କଠାରୁ ଆଦର ମିଳିବ।

Breaking News