ରିପୋର୍ଟ କାର୍ଡ / ଭୁବନେଶ୍ବର
ମେଷ : ସାମାନ୍ୟ ବିଘ୍ନ ଥାଇବି ଆପାତତଃ ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଭୋଜନ ତୃପ୍ତିଦାୟକ ହେବ। ସମ୍ମାନିତ ହେବେ। ଆନନ୍ଦ ଉପଭୋଗ କରିବେ।
ବୃଷ : ଆପଣଙ୍କ ବ୍ୟକ୍ତିତ୍ବ ନିକଟରେ ଶତ୍ରୁ ନତମସ୍ତକ ହୋଇପାରେ। ଅଶାନ୍ତିର ଅବସାନ ଘଟିବ। ଆତ୍ମ ସନ୍ତୋଷ ମିଳିବ। ଋଣଦାତାଙ୍କ ଦୟାର ପାତ୍ର ହୋଇ କେବଳ ମୂଳଧନ ପଇଠ କରି ଋଣମୁକ୍ତ ହେବେ।
ମିଥୁନ : ବିଦ୍ୟାର୍ଥୀମାନେ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ସ୍ବରୂପ ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ। ପତିପତ୍ନୀଙ୍କ ସମ୍ବନ୍ଧ ନିବିଡ଼ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ : କଠିନ ପରିଶ୍ରମକୁ ଭ୍ରୂକ୍ଷେପ ନ କରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କଲେ ପରିଶ୍ରମର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଯଦିଓ କିଛିଟା ଭୁଲ ବୁଝାମଣା ହେବ; କିନ୍ତୁ ପରବର୍ତ୍ତୀ ସମୟରେ ଠିକ୍ ହେବ।
ସିଂହ : ମିଳୁଥିବା ଦାନକୁ ଗ୍ରହଣ କରିବା ସହିତ ସୁପାତ୍ରରେ ଦାନ ଦେବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ଅନୁଷ୍ଠାନର କର୍ମକର୍ତ୍ତା ହେତୁ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ଅର୍ଥ ମିଳିବ।
କନ୍ୟା : ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିବେ। ବିବିଧ ଉପାୟେର ଧନ ସଂଗ୍ରହ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍ ହେବେ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି।
ତୁଳା : ଆୟ ଊଣା ହେବ ନାହିଁ। କର୍ମଚଞ୍ଚଳତା ପ୍ରକାଶ ପାଇବ। ଶ୍ରୀଚନ୍ଦ୍ର ଭୋଗ ହେତୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ମିଳିପାରନ୍ତି।
ବିଛା : ନିଷ୍ଠାପର ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ଧର୍ମକର୍ମ ସମ୍ପାଦନ କରିପାରନ୍ତି। ଆଶା ଫଳବତୀ ହେବ। ଅଯଥା ବିତର୍କରୁ ଓହରିଯିବା ଆପଣଙ୍କ ପକ୍ଷେ ବୁଦ୍ଧିମାନର କାର୍ଯ୍ୟ ହେବ।
ଧନୁ : ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରଙ୍କ କୃପା ଦୃଷ୍ଟି ରହିଛି। ସମ୍ମାନିତ ହେବେ। ଅସାଧ୍ୟ ସାଧନ କରିପାରନ୍ତି।
ମକର : କର୍ମକ୍ଷେତ୍ରକୁ ଉଳମୟ କରି ଗଢ଼ିତୋଳିବା ଲକ୍ଷ୍ୟ ନେଇ ଆପଣ ନିଃସ୍ବାର୍ଥପର ସେବାକୁ ଆଦରି ନେଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ।
କୁମ୍ଭ : ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଶାସନକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ ଜାରି ରଖିବେ। ଅତିଥିଙ୍କୁ ସତ୍କାର କରି ଆନନ୍ଦିତ ହେବେ।
ମୀନ : କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ସାମୟିକ ଭାବେ ପାରିବାରିକ ଜୀବନ ଦୁର୍ବିସହ ହୋଇପାରେ। ସ୍ବାସ୍ଥ୍ୟ ହାନିର ଆଶଙ୍କା ଉପୁଜିଛି। କଥାବାର୍ତ୍ତାରେ ଔଦ୍ଧତ୍ୟ ପ୍ରକାଶ ନକରିବା ଆପଣଙ୍କ ପକ୍ଷେ ଭଲ ହେବ






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..