Report Card Odisha

| Daily Odia News

ମହା ଶକ୍ତିସମ୍ପନ୍ନ ହୋଇପାରନ୍ତି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଦୟାଧର୍ମରେ ଦୀକ୍ଷିତ ହୋଇ ସେବାକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ବାଣିଜ୍ୟ କାରବାର ଧନବୃଦ୍ଧିର କାରଣ ହେବ।
ବୃଷ: ଭାଗ୍ୟବାନ ହେବେ; ମାତ୍ର ସ୍ବକର୍ମ ଭାଗ୍ୟକୁ ନିୟନ୍ତ୍ରଣ କରିବ। ସୁଖପ୍ରଦ ଦାମ୍ପତ୍ୟ ଜୀବନ ଉପଭୋଗ କରିବେ। ପ୍ରବଳ ଉଦ୍ୟୋଗୀ ହେବେ। ମହା ଶକ୍ତିସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।
ମିଥୁନ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ବିପଦର ମୁକାବିଲା କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ। ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିବେ।
କର୍କଟ: ଉତ୍ସର୍ଗୀକୃତ ସେବା ଭାବନାରେ ନିମଗ୍ନ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବା ସାର୍ଥକ ହେବ। ଅସୂର୍ଯ୍ୟସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହୋଇପାରନ୍ତି। ବାଣିଜ୍ୟରେ ଲକ୍ଷ୍ମୀ ବରଦାୟିକା ହେବେ।
ସିଂହ: ଚରିତ୍ର ହେଉଚି ଆତ୍ମାର ସୁବାସ ଓ ବ୍ୟକ୍ତିତ୍ବ ହେଉଛି ତା’ର ନିର୍ଯ୍ୟାସ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଓ ଚରିତ୍ରବାନ ସେବକ ହିସାବରେ ସବୁରି ପ୍ରିୟ ହେବେ। ପରୋପକାରରେ ନିଜକୁ ସାମିଲ କରିବେ।
କନ୍ୟା: ଯୁଧିଷ୍ଠିରଙ୍କ ପରି ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ଅନନ୍ୟ ପ୍ରତିଭା ସମ୍ପନ୍ନ ହେବେ। ଦୈବୀ ଶକ୍ତିସମ୍ପନ୍ନ କନ୍ୟା ପାଇଁ ଗର୍ବିତ ହେବେ। ସ୍ବୟଂସିଦ୍ଧ ହୋଇପାରନ୍ତି। ଧନଜନ ଗୋପଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବେ।
ତୁଳା: ଅତିମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରିବେ ଓ ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ଉଦାର ଚେତା, ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିବେ।
ବିଛା: ପରର ଶୁଭକାମନା ଭଳି ମାନବୋଚିତ କାର୍ଯ୍ୟକରି ପ୍ରଶଂସା ସହିତ ଆତ୍ମସନ୍ତୋଷ ପ୍ରାପ୍ତ ହେବେ। ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି। ଜୀବଜଗତ, ଉଦ୍ଭିଦଜଗତ ପାଇଁ କଲ୍ୟାଣ ଭାବନା ପ୍ରଣିଧାନ ଯୋଗ୍ୟ।
ଧନୁ: ଦୈବୀ ବଳରେ ମହାଜ୍ୟୋତି, ମହାଶକ୍ତିସମ୍ପନ୍ନ ହୋଇପାରନ୍ତି। ସଂଯମ ପୂର୍ଣ୍ଣ ସଚ୍ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ଜୀବନକୁ ଯଜ୍ଞମୟ କରିପାରନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନାଗମ ହୋଇପାରେ।
ମକର: ଆତ୍ମ ସଂଯମ ଦ୍ବାରା ଅନ୍ତଃଶକ୍ତିର ଅଭ୍ୟୁଥାନ ଘଟିବ। ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିବେ। ଶ୍ରୀଚନ୍ଦ୍ର ଭୋଗ ଯୋଗୁ ଉତ୍ତମ ଖାଦ୍ୟରେ ଆପ୍ୟାୟିତ ହେବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣ କରିବେ।
କୁମ୍ଭ: ସଂଘର୍ଷମୟ ଜୀବନରେ କଷ୍ଟ ସହ୍ୟ କରି ଈଶ୍ବରାଭିମୁଖୀ ହେବାକୁ ଚେଷ୍ଟା ଜାରି ରଖିବେ। ନୀତି-ନୈତିକତାକୁ ଅଗ୍ରାଧିକାର ଦେଇ କର୍ମ ତତ୍ପର ହେବେ। ତ୍ୟାଗପୂତ ମନୋବୃତ୍ତିର ହୋଇ କାର୍ଯ୍ୟ ସମ୍ପାଦନ କରିବେ।
ମୀନ: ଜ୍ଞାନୀ ହିସାବରେ ଶ୍ରେୟକୁ ଗ୍ରହଣ କରିପାରନ୍ତି। ସ୍ବାର୍ଥସୀମିତ ହେବା ବାଞ୍ଛନୀୟ; ମାତ୍ର ଅମାତ୍ରାର ସ୍ବାର୍ଥ ନିନ୍ଦନୀୟ ହୋଇପାରେ। ଐକାନ୍ତିକ ଇଚ୍ଛା ଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

Breaking News