ରିପୋର୍ଟ କାର୍ଡ / ଭୁବନେଶ୍ଵର
ମେଷ : ଦୈବୀ ବଳରେ ବଳୀୟାନ ହୋଇପାରନ୍ତି ଓ ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ବ୍ୟବସାୟରେ ଲକ୍ଷ୍ମୀ ବରଦାୟିକା ସାଜିଛନ୍ତି।
ବୃଷ : ଉଦାର ଚରିତସମ୍ପନ୍ନ ହେବେ। ଜଣେ କୃଷି ବିଷାରଦଭାବେ କୃଷକମାନଙ୍କର ତାଲିମ୍ଦାତା ହୋଇପାରନ୍ତି। ବିକଶିତ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦାନଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।
ମିଥୁନ : ଈଶ୍ବରଙ୍କଠାରେ ଲୟ ରଖି, ସତ୍ୟ ଓ ଅହିଂସାକୁ ଜୀବନର ସଂହିତା କରିପାରନ୍ତି। ଭାଷାର ମାଧୁରିମା ଓ ବ୍ୟବହାରର ଅମୃତାୟନ ଆପଣଙ୍କ ମହାନ୍ତାର ପରିଚୟ ସୃଷ୍ଟି କରିବ। ପ୍ରେମୀ ଓ ସାହସୀ ହେବେ।
କର୍କଟ : ମାହାଜନ ନ ହୋଇ ମହାଜନ ହେବେ। ଭକ୍ତି ଭାବର ପ୍ରବକ୍ତା ହେବ। ନୈତିକତାର ମହାମନ୍ତ୍ରରେ ମନ୍ତ୍ରିତ ହୋଇପାରନ୍ତି। ସହିଷ୍ଣୁ ବ୍ୟକ୍ତିଭାବେ ସର୍ବତ୍ର ଆଦରଣୀୟ ହେବେ। ସାରସ୍ବତ୍ବ ସ୍ରଷ୍ଟା ହୋଇପାରନ୍ତି।
ସିଂହ : ଗତି ଓ ମୁକ୍ତିର ଶଙ୍ଖଧ୍ବନି ମଧ୍ୟରେ ଶ୍ରୀଚନ୍ଦ୍ରସମ୍ପନ୍ନ ହେବେ। ବିଭିନ୍ନ ସ୍ତରରୁ ଓ ବନ୍ଧୁ, ବ୍ୟକ୍ତିବିଶେଷଙ୍କ ଶ୍ରଦ୍ଧା ଉପହାର ପ୍ରତି ବଦଳରେ କେବଳ କୃତଜ୍ଞତା ଜ୍ଞାପନ କରିପାରନ୍ତି। ଶୁଦ୍ଧ ଆହାର ଭୋଜନ କରିବେ।
କନ୍ୟା : ଏକାନ୍ତ ସାଧନା ପାଇଁ ତ୍ରିଦଶାଳୟ ଚୁମ୍ବି ଗିରିରାଜଙ୍କ ଆମନ୍ତ୍ରଣ ରକ୍ଷା କରିବାକୁ ପଡ଼ିବ। ଆମ କାର୍ଯ୍ୟରେ ଧନ ବ୍ୟୟ ପାଇଁ କୁଣ୍ଠା ପ୍ରକାଶ କରିବେ ନାହିଁ। ଶ୍ରେଷ୍ଠ ରାଜଯୋଗ ଥିବାରୁ କର୍ମକୁଶଳୀ ହୋଇପାରନ୍ତି।
ତୁଳା : ଆୟୁଷ୍ମାନ୍ ହେବେ। ସନ୍ମାର୍ଗୀ ହୋଇ ଅମୃତର ସନ୍ଧାନ ପାଇବେ। ମହନୀୟ କର୍ମ ସମୂହ ଆପଣଙ୍କୁ ଶ୍ରେଷ୍ଠାସନ ଦେବ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ।
ବିଛା : କର୍ମଫଳ ବିଧାନ ହେଉଛି। ଜୀବନର ସମ୍ବିଧାନ; ଅର୍ଥାତ୍ ବିଧି ବ୍ୟବସ୍ଥା ଜ୍ଞାନର ଉଳମୟ ପ୍ରଦୀପ କର୍ମପଥ ଅନ୍ବେଷଣରେ ସହାୟକ ହେବ। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି।
ଧନୁ : ସଫଳତା ପାଇଁ ସାହସ, ଧୈର୍ଯ୍ୟ, ତିତିକ୍ଷା, ସତର୍କତା ଓ ସଂଗଠନ ଶକ୍ତି ଭଳି ଗୁଣରେ ଆପଣ ଗୁଣୀ ହେବେ। ଦାନ ରୂପକ ବୈଧୀ କର୍ମ କରି ପ୍ରଶଂସାର ପାତ୍ର ହେବେ। ପତ୍ନୀଙ୍କ ସହଯୋଗ ପ୍ରାପ୍ତ ହେବ।
ମକର : ଆକାଂକ୍ଷା ରୂପକ ବେଡ଼ି ଜୀବନରେ ଅଗ୍ରସର ହେବାର ପଥରୋଧ କରୁଛି। ସ୍ବାସ୍ଥ୍ୟହାନି କରିବାର ମୂଳ କାରଣ ହୋଇପାରେ। ସତର୍କତା, ସରଳତା ଏହାର ନିରାକରଣରେ ସତର୍କ ରହିବେ।
କୁମ୍ଭ : ଆପଣ ସତ୍ୟପ୍ରଜ୍ଞ ହୋଇଥିବାରୁ ପ୍ରକାଶ ପାଉଥିବା ରାଗ ଓ କ୍ରୋଧ ପାଣିର ଗାର ହୋଇପାରେ। ଏହା ବଂଶ ପରମ୍ପରାର ଲକ୍ଷଣ ଅଟେ। ଶାରୀରିକ ଶକ୍ତି ହ୍ରାସ ହେଲେ ବି ପ୍ରାର୍ଥନାଦ୍ବାରା ବୃଦ୍ଧି ହେବ।
ମୀନ : କର୍ମକ୍ଷେତ୍ରରେ ନିଷ୍ଠାପର ସେବା, ଉଚ୍ଚ ପଦାଧିକାରୀଙ୍କୁ ବିମୋହିତ କରିବା ଉପନିଷ୍ଟ ମତରେ ‘ମାତୃଦେବ ଭବ’ ପରିବର୍ତ୍ତେ ଦରିଦ୍ର ଦେବୋ ଭବ ପ୍ରତି ଧ୍ୟାନ ଦେବା ମାନବୀୟ କର୍ମ ହେବ।






More Stories
ସତର୍କରେ ଚଳିବାକୁ ପଡ଼ିବ……
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଯାନବାହନ ସୁଖ ମିଳିବ……