ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଈପ୍ସିତ ପ୍ରାପ୍ତିର ସୂଚନା ମିଳୁଛି। ସଶକ୍ତ ଆତ୍ମବଳରେ ବଳୀୟାନ୍ ହେବେ। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।
ବୃଷ : ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟର ମାତ୍ରା ବୃଦ୍ଧି ପାଇବ। ଶାରୀରିକ ସ୍ତରରେ ଲାବଣ୍ୟନିଧି ଶୋଭାର ଭଣ୍ଡାର ହୋଇପାରନ୍ତି। ଚିନ୍ତାଧାରା ଉନ୍ନତ ମାନର ହେବ। ସୁଷମ ଓ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।
ମିଥୁନ : କର୍ମପ୍ରବର ହେବେ। ସାଧନାରେ ସିଦ୍ଧି ପ୍ରାପ୍ତି ପାଇଁ ଦେବାତ୍ମା ହିମାଳୟର ଆମନ୍ତ୍ରଣ ରକ୍ଷା କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବାରେ କୁଣ୍ଠିତ ହେବେ ନାହିଁ। ଶୂନ୍ୟତା ଭିତରୁ ପୂର୍ଣ୍ଣତା ମିଳିବ।
କର୍କଟ : ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ସାଧୁ ସନ୍ଥଙ୍କ ନିକଟରେ ବିନୟାବନତ ହୋଇପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ଓ ପ୍ରୋତ୍ସାହନ ମିଳିବ। କରିତ୍କର୍ମାଭାବେ ଜନସାଧାରଣଙ୍କ ସମ୍ମାନନୀୟ ହେବେ।
ସିଂହ :ଦୟାଧର୍ମରେ ବିଲୀନ ହୋଇପାରନ୍ତି। ଜ୍ଞାନର ପ୍ରଦୀପ ଆପଣଙ୍କ ଭବିଷ୍ୟତକୁ ଉଳମୟ କରିପାରେ। ସତ୍ସଙ୍ଗ ପ୍ରଭାବରେ ସାରା ବିଶ୍ବକୁ ମଧୁମୟ କରିପାରନ୍ତି। ପରିବାରରୂପୀ କର୍ମଶାଳାର କର୍ଣ୍ଣାଧାର ହେବେ।
କନ୍ୟା : ଜନସେବାରେ ନିୟୋଜିତ ହୋଇ ଗଣତାନ୍ତ୍ରିକ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବା ଆପଣଙ୍କପକ୍ଷେ ସହଜସାଧ୍ୟ ହେବ। ଆତ୍ମଜ୍ଞାନ ପ୍ରାପ୍ତି ଜୀବନର ଲକ୍ଷ୍ୟ ହୋଇପାରେ।
ତୁଳା : ଅହଂଭାବକୁ ବାହାଦୁରୀ ମନେ କରନ୍ତୁ ନାହିଁ। କାରଣ ଏହା ପରମ ନିର୍ବୋଧତା ଓ ବେସରମ ମନୋଭାବର ପରିଚାୟକ। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ସମ୍ମୁଖୀନ ହେବାକୁ ପଡ଼ିବ।
ବିଛା : ସେବା ଧର୍ମକୁ ଆଦରି ନେଇପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ।
ଧନୁ : ଭ୍ରାତୃତ୍ବର ନିବିଡ଼ ବନ୍ଧନରେ ଅନୁବନ୍ଧିତ ହୋଇପାରନ୍ତି। କୃଷକ କଲ୍ୟାଣ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ବିଦ୍ରୋହ ଚଳାଇ ଆସୁଥିବା ଶତ୍ରୁ ଶରଣଗତ ହେବ। ଋଣଭାର ଲାଘବ ହେବ।
ମକର : କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଶ୍ରମ ଓ ନିଷ୍ଠା ଆପଣଙ୍କ ଆର୍ଥିକ ସ୍ଥିତିକୁ ଉଳ କରିପାରେ। ଅଧ୍ୟୟନରତ ହେଲେ ଚତୁର୍ବେଦର ସାର ଓଁକାରକୁ ଗ୍ରହଣ କରିପାରନ୍ତି। ସୁଖୀ ହେବେ।
କୁମ୍ଭ : ଶ୍ରମ ଓ ନିଷ୍ଠାର ମହତ୍ବ ରହିଛି। ବହୁଜନ ହିତାୟ, ବହୁଜନ ସୁଖାୟ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଚେଷ୍ଟିତ ହେବେ। ସାଂସାରିକ ଲେଖାରେ ଚନ୍ଦ୍ରଘଣ୍ଟା ହୋଇ ଜ୍ଞାନାମୃତକୁ ବିତରଣ କରିବେ।
ମୀନ : ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିପାରନ୍ତି। ଆପଣଙ୍କ ଭଳି ବ୍ୟକ୍ତିବିଶେଷ ସ୍ବକୀୟ ଗୁଣକୁ ନେଇ ପୂଜ୍ୟ ହୋଇପାରନ୍ତି। ସ୍ବଧର୍ମରେ ଆପଣ ପାପଭାଗୀ ହେବେ ନାହିଁ। ସର୍ବତ୍ର ବିଜୟୀ ହେବେ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..