Report Card Odisha

| Daily Odia News

ସୁସ୍ଥ ଓ ନିରାମୟ ରହିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଥଣ୍ଡା, କାଶଜନିତ କ୍ଲେଶ ଅନୁଭବ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ। ଶେଷରେ ସାମାନ୍ୟ ସୁଖ ମିଳିବ।
ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦ ଦାୟକ ହେବ। ବହୁ ସୁଖଦାୟକ ଘଟଣାସବୁ ଘଟିପାରେ। କର୍ମକ୍ଷେତ୍ରରୁୁ ଅପୂର୍ବ ସଫଳତା ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ଆନନ୍ଦ ଉପଭୋଗ କରିବେ।
ମିଥୁନ : ଭାଇମାନଙ୍କଠାରୁ ସହାୟତା ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସେବା କାର୍ଯ୍ୟରେ ସମର୍ପିତ ହେବେ।
କର୍କଟ : ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ।
ସିଂହ : ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। କଲ୍ୟାଣକାରୀ ଯୋଜନାଗୁଡ଼ିକ ଫଳବତୀ ହେବା ପାଇଁ ଉଦ୍ୟମ ଜାରି ରଖିବେ। କେତେକ କ୍ଷେତ୍ରରେ ସାମୟିକଭାବେ ବୁଝାମଣା ଘଟିପାରେ।

କନ୍ୟା : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଠାକୁରଙ୍କ ଦର୍ଶନ ଲାଭକରି ମାନସିକ ଶାନ୍ତି ଫେରି ପାଇବେ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଯାନବାହନ ସୁଖ ମିଳିବ। ଦ୍ବିପାକ୍ଷିକ ବିବାଦ ସମାଧାନ ହେବ।

ତୁଳା : କାର୍ଯ୍ୟରେ ଅଗ୍ରଗତି ଘଟିବ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଉଚ୍ଚ ସମ୍ମାନର ଅଧିକାରୀ ହେବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ବାଣିଜ୍ୟ କାରବାର ଆର୍ଥିକ ଦୁଃସ୍ଥିତିରୁ ଆପଣଙ୍କୁ ସୁଧାରି ଦେବ।

ବିଛା : ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ଜୀବନରୁ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ : ଆଧ୍ୟାତ୍ମ ମାର୍ଗର ପ୍ରଥମ ସୋପାନ ହେଉଛି ତପକୁ ଆଦରି ନେଇପାରନ୍ତି। ମଧୁର ଭାଷା ଓ ଭଦ୍ରୋଚିତ ବ୍ୟବହାରରେ ପରକୁ ଆପଣାର କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ମକର : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ଦରବାରୀରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହୋଇପାରନ୍ତି।

କୁମ୍ଭ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସେବା ଭାବନାରେ ଉନ୍ମୁଖ ହେବେ।

ମୀନ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାରରେ ଲୋକପ୍ରିୟତା ଅର୍ଜନ କରିବେ। ସୁସ୍ଥ ଓ ନିରାମୟ ରହିବେ। ବିବାଦରେ ବିଜୟୀ ହେବେ।

Breaking News