Report Card Odisha

| Daily Odia News

ପରୋପକାରୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ମହନୀୟ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ବହୁ ମିତ୍ର ଓ ଆତ୍ମଜଙ୍କ ସହିତ ସୁଖସାଗରରେ ଜଳକେଳି କରିପାରନ୍ତି। ପରିବାରର ମୁଖ୍ୟ ହେବେ। ସଦାସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହେବେ।

ବୃଷ : ଅର୍ଥ ପ୍ରାପ୍ତି ପ୍ରତି ଚିନ୍ତାକରିବା ଅନାବଶ୍ୟକ। ଅଶାନ୍ତି ଉପସମ ହେବ। ସରକାରୀ ସ୍ତରରୁ ପ୍ରୋତ୍ସାହିତ ହେବାର ସୂଚନା ମିଳୁଛି। ଶତ୍ରୁ ନାଶ କରିବାରେ ପାରଙ୍ଗମ ହେବେ। ନୀରୋଗ ହେବେ। ଧନାଗମ ହେବ।
ମିଥୁନ : ନିଜ ଅର୍ଜିତ ଧନ ଭୋଗ କରିପାରନ୍ତି। ରାଜରାଜେଶ୍ବର ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ଜଣେ ଉପଯୁକ୍ତ ପରାମର୍ଶଦାତା ହୋଇପାରନ୍ତି। ବହୁମିତ୍ରଙ୍କ ସହଯୋଗ ମିଳିବ। ପୁତ୍ର ପ୍ରାପ୍ତି ନିମନ୍ତେ ଆଶାୟୀ ହେବେ।
କର୍କଟ : ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଧର୍ମ ଭାବାପନ୍ନ ହୋଇପାରନ୍ତି। ନିଜ ଅଞ୍ଚଳର ମୁଖ୍ୟକର୍ତ୍ତା ବା ଶାସନ ଡୋରୀ ନିଜ ହାତକୁ ନେଇପାରନ୍ତି। ମୁଖମଣ୍ଡଳ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ।

ସିଂହ : ରାଜଯୋଗ ଅଛି। କ୍ଷମତାପନ୍ନ ହୋଇପାରନ୍ତି। ପରୋପକାରରେ ଉତ୍ସର୍ଗୀକୃତ ମନୋଭାବ ରହିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଜନସାଧାରଣଙ୍କ ଅନୁରୋଧକ୍ରମେ ଗାଦିନସୀନ ହୋଇପାରନ୍ତି।
କନ୍ୟା : ଜଣେ ବିଜ୍ଞ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ମହାନ୍‌ ସମ୍ମାନର ଅଧିକାରୀ ହୋଇପାରନ୍ତି। ସତ୍‌ ପରାୟଣ ହେବେ। ସହଧର୍ମିଣୀଙ୍କ ପ୍ରତି ସ୍ନେହାନୁରାଗ ରହିବ। ଜଣେ ସୁବକ୍ତା ଭାବେ ଖ୍ୟାତି ଅର୍ଜନ କରିବେ।
ତୁଳା : ବୁଦ୍ଧିମାନ୍‌ ହେବେ। କର୍ମଚଞ୍ଚଳ ରହିବେ। ପରୋପକାରୀ ହେବେ। କୋଟିନିଧି ପ୍ରାପ୍ତିର ସୂଚନା ମିଳୁଛି। କୃଷି ଉପରେ ପ୍ରାଧାନ୍ୟ ଦେବେ। ରାଜରାଜେଶ୍ବର ସୁଖର ଅଧିକାରୀ ହେବେ। ମହିମାମୟ ହୋଇପାରନ୍ତି।
ବିଛା :​​‌ ମହନୀୟ ପଦପଦବୀ ପ୍ରାପ୍ତ ହୋଇ ଉଚ୍ଚାସନରେ ଆସୀନ ହୋଇପାରନ୍ତି। ସଦାସର୍ବଦା ନିଜ ପରିବାର ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ବନ୍ଧୁ ଓ ପ୍ରାଣପ୍ରିୟାଙ୍କ ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଧନୁ : ମାନସିକ ସ୍ତରରେ ସନ୍ଦେହର ବାତାବରଣ ସୃ​‌ଷ୍ଟି ହୋଇପାରେ। ନିଜ ଭୁଲକୁ ସୁଧାରି ​‌େ​‌ନବା ପାଇଁ ଚେଷ୍ଟା କରିବେ। ପ୍ରସନ୍ନ ମୁଖ ଓ ରାଜସମ୍ମାନ ପ୍ରାପ୍ତ ହେବେ। ସ୍ତ୍ରୀ-ପୁତ୍ରଙ୍କ ପାଇଁ ଚିନ୍ତିତ ରହିବେ।

ମକର : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଭୂତ ସୁଖର ଅଧିକାରୀ ହେବେ। ମତିମାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ପାଇଁ ବହୁ କ୍ଷେତ୍ରରେ ଅସାଧ୍ୟ ସାଧନ କରିପାରନ୍ତି। ଲୋକଙ୍କ ସେବାରେ ନିୟୋଜିତ ହେବେ।

କୁମ୍ଭ : ଶତ୍ରୁକୁ ପ୍ରତିହତ କରି ସାମୟିକଭାବେ ଆଶ୍ବସ୍ତ ହୋଇପାରନ୍ତି। ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବା ଆଶା କରାଯାଏ। ପରାକ୍ରମୀ ହୋଇପାରନ୍ତି। ତ୍ୟାଗୀ ଓ ଦାନୀ ହୋଇପାରନ୍ତି।
ମୀନ : ଚିତ୍ତ ସନ୍ତୁଷ୍ଟ ରହିବ। ନିଧି ପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧି ପ୍ରୟୋଗ କରି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ସୁଖୀ ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଈଶ୍ବରଙ୍କ କୃପା ଲାଭ କରିବେ।

Breaking News