Report Card Odisha

| Daily Odia News

ଅଶାନ୍ତି ଦୂରହେବ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଅଶ୍ବିନୀ ଓ କୃର୍ତ୍ତକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଧନଲାଭ ହୋଇପାରେ। ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମଚଞ୍ଚଳ ରହିବେ। ଦ୍ବିଜା ନକ୍ଷତ୍ର ଜାତି ସାମାନ୍ୟ ଶୁଭଫଳ ପାଇବେ।
ବୃଷ: ରୋହିଣୀ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଭ୍ରାତୃଭାବ ଅତୁଟ ରହିବ। ପରିଶ୍ରମ କଷ୍ଟଦାୟକ ହେଲେବି; ତାର ମୂଲ୍ୟାଙ୍କନ ହେବ। ଯାନ-ବାହନ ସୁଖ ମିଳିବ। ମୃଗଶିରା ନକ୍ଷତ୍ର ଜାତି ବ୍ୟକ୍ତି ଭୁଲ ବୁଝାମଣାର ଶିକାର ହେବେ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ। ଦେବ ଦର୍ଶନ ମିଳିବ। ଅଶାନ୍ତି ଦୂରହେବ। ସରକାରୀ ସୂତ୍ରରୁ ଲାଭବାନ ହୋଇପାରନ୍ତି। ପୁନର୍ବସୁ ଓ ମୃଗଶିରାର ସାମାନ୍ୟ ଶୁଭଫଳ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ତ୍ୟାଗଶୀଳ ଓ ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। କୀର୍ତ୍ତିମାନ ହେବେ। ସହିଷ୍ଣୁ ଓ ରୂପବାନ୍ ହୋଇପାରନ୍ତି। ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।
ସିଂହ: ମଘା ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ରୋଜଗାର ଆଶାନୁରୂପ ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ପୂର୍ବା ଫାଲଗୁନୀର ସାମାନ୍ୟ ଶୁଭଫଳ।
କନ୍ୟା: ଉତ୍ତର ଫାଲଗୁନୀ ଓ ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ମଧୁର ବଚନ ଓ ଭଦ୍ରୋଚିତ ବ୍ୟବହାରରେ ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନବ୍ୟୟ କରିପାରନ୍ତି। ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।
ତୁଳା: ସ୍ବାତୀ ନକ୍ଷତ୍ର ଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବା ସହ ସତ୍ କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀସ୍ତରରୁ ଧନ ସହିତ ସମ୍ମାନପ୍ରାପ୍ତିର ସୂଚନା ମିଳିବ। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ବିଛା: ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ପ୍ରଭୂତ ଘଟିବ। ବିବାଦୀୟ ଘଟଣାରେ ବିଜୟଲାଭ କରିବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତଙ୍କର ପ୍ରିୟପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ମକର: ଶ୍ରବଣା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ହାତେ ମାପି ଚାଖଣ୍ଡେ ଚାଲନ୍ତୁ।
କୁମ୍ଭ: ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ। ସୁସ୍ବାଦୁ ଭୋଜନ ସହ ଆନନ୍ଦ ଉପଭୋଗ କରିବେ।
ମୀନ: ଉତ୍ତର ଭାଦ୍ରନକ୍ଷତ୍ର ଜାତ ବ୍ୟକ୍ତି ଭାଇମାନଙ୍କ ସହାୟତାରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ରପିଶୋଧ କରି ଆଶ୍ବସ୍ତ ହେବେ। କର୍ମ ଚଞ୍ଚଳ ହେବେ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

Breaking News