Report Card Odisha

| Daily Odia News

କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ଶତ୍ରୁଭାବ ବୁଦ୍ଧି ହେଲେ ବି ଅନିଷ୍ଟ ହେବନି।
ବୃଷ : ରାଜା, ମହାରାଜାଙ୍କ ପରି କ୍ଷମତା ଓ ପ୍ରାଧାନ୍ୟ ରହିବ। ଗୁଣଜ୍ଞ ହେବେ। ନୀତିନିଷ୍ଟ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦ ନୀତିରେ କାରଣ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ସୁସ୍ଥ ରହିବେ।
ମିଥୁନ : ରୋଜଗାର ଊଣା ହେବନି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତ ହେବ।
କର୍କଟ : ବିବାଦୀୟ ବିତର୍କରୁ ଓହରିଯାଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଗୁଣ ଓ ମିତ୍ରହୀନ ହୋଇପାରନ୍ତି। କେବଳ ମଧୁର କଥାରେ ପରକୁ ଆପଣାର କରିବେ। ଅଧିକ ବ୍ୟୟ ହେବ।
ସିଂହ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତି କାର୍ଯ୍ୟରେ ସଫଳ ହେବେ।
କନ୍ୟା : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ଅବସ୍ଥାର ଢେର ଉନ୍ନତି ଘଟିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। ଗୁଣଜ୍ଞ ହେବେ।
ତୁଳା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସାମାନ୍ୟ ଲାଭର ସୂଚନା ମିଳୁଛି।
ବିଛା : ଅତ୍ୟଧିକ ଶ୍ରମ ସ୍ବୀକାର କରି କ୍ଲାନ୍ତ ହୋଇପାରନ୍ତି। ସାମୟିକ ଭାବେ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସତର୍କରେ ଚଳିବାକୁ ପଡ଼ିବ। ସୁବର୍ଣ୍ଣ ପଦାର୍ଥ ସହ ସମସ୍ତ ସୁଖୈଶ୍ଚର୍ଯ୍ୟ ଭୋଗ କରିପାରନ୍ତି।
ଧନୁ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭମୟ ହେବ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସୁସ୍ବାଦୁ ଭୋଜନ କରି ଆନନ୍ଦିତ ହେବେ।
ମକର : ବହୁ ମିତ୍ରଙ୍କ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସେବା ଭାବନାରେ ଉଦ୍‌ବୁଦ୍ଧ ହେବେ।
କୁମ୍ଭ : ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସାମାଜିକ ଜୀବନ ସୁଖମୟ ହେବ। ରାଜତୁଲ୍ୟ ପ୍ରଭାବ ସମ୍ପନ୍ନ ହୋଇପାରନ୍ତି। ଦେଶାଦିରେ ଆଧିପତ୍ୟ ଲାଭ କରିବେ।
ମୀନ : ପରିଶ୍ରମ ଯେତେ କଷ୍ଟଦାୟକ ହେଉନା କାହିଁକି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ପ୍ରଥମେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। କୃଷିରୁ ଲାଭ ମିଳିବ। ଯାନବାହନ ସୁଖ ମିଳିବ।

 

Breaking News