Report Card Odisha

| Daily Odia News

ମନସ୍କାମନା ପୂରଣ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ବନ୍ଧୁ ଓ ଭାତୃବର୍ଗଙ୍କ ସହାୟତା ପାଇ ଶତ୍ରୁ ବିନାଶ କରିବା ସହିତ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଧନଲାଭ ସହିତ ପାରିବାରିକ ସୁଖ ମିଳିବ।

ବୃଷ: ବିଦ୍ୟାର୍ଥୀମାନେ ପ୍ରବେଶିକା ପରୀକ୍ଷା ପାଇଁ ଅଧ୍ୟୟନରତ ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଘାତଚନ୍ଦ୍ର ରୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ମିଥୁନ: ପରିଶ୍ରମ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି।

କର୍କଟ: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଦେବ ଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀସ୍ତରରୁ ଲାଭବାନ୍ ହୋଇପାରନ୍ତି। ପରିଶ୍ରମର ମୂଲ୍ୟାଙ୍କନ ହେବ। ନୂତନ ଆଶା ଫଳବତୀ ହୋଇପାରେ।

ସିଂହ: ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ଅନ୍ୟାୟସରେ କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। କେତେକ କ୍ଷେତ୍ରରେ ଅବରୋଧର ସମ୍ମୁଖୀନ ହୋଇପାରନ୍ତି। ଅତି ସୁଖୀ ଓ କୀର୍ତ୍ତିମାନ ହେବେ।
କନ୍ୟା: ଆୟ ଆଶାନୁରୂପ ହୋଇପାରେ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖ-ସମ୍ମାନ ମିଳିବାର ଲାଭ ରହିଛି।
ତୁଳା: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥାରେ ପରଙ୍କୁ ଆପଣାର କରିବାରେ ସକ୍ଷମ ହେବେ। ଖର୍ଚ୍ଚାନ୍ତ ଯୋଗ ଅଛି।

ବିଛା: ଜ୍ଞାନ ଯଶସୂ ହେବ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିବେ। ଚେଷ୍ଟା ଶୁଭପ୍ରଦ ହେବ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ସମ୍ମାନିତ ହୋଇପାରନ୍ତି। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ମିଳିବ।
ଧନୁ: କର୍ମକ୍ଷେତ୍ରରୁ ସଫଳତା ମିଳିବ। ବିବାଦୀୟ ଘଟଣାରେ ନିୟୋଜିତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ମନ ପ୍ରସନ୍ନ ରହିବ। ଭ୍ରମଣ ସୁଖ ମିଳବ। କର୍ମ ଚଞ୍ଚଳ ହେବେ।
ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାଶୀଳ ହେବେ ଓ ତା’ର ସଦ୍‌ବ୍ୟବହାର କରି ଲୋକପ୍ରିୟ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ।
କୁମ୍ଭ: ଆଜି ଉପୁଜିଥିବା ବିପଦଜନକ ପରିସ୍ଥିତିକୁ ଡରିଲେ ସେ ଡରାଇବ ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିପାରନ୍ତି। ଜଳଯାତ୍ରା ମନା।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇ ଆନନ୍ଦ ଉପଭୋଗ କରିବେ। ବନ୍ଧୁ ସୁଖ ମିଳିବ। ମନସ୍କାମନା ପୂରଣ ହେବ।

Breaking News