Report Card Odisha

| Daily Odia News

ରାଶିଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ରବିବାର ଓ ସୋମବାର ସମସ୍ୟାରେ ଛନ୍ଦି ହୋଇପଡ଼ିବେ। ଶତ୍ରୁ ବାଧା ଦେଖାଦେବ। ମଙ୍ଗଳବାର ଓ ବୁଧବାର କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସାବଧାନତା ଲୋଡ଼ା। ଦୂରଯାତ୍ରା କରିବା ଉଚିିତ୍‌ ନୁହେଁ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବଗଳାମୁଖୀ କବଚପାଠ କରନ୍ତୁ।

ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ବାଧା ଦେଖାଦେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ବନ୍ଧୁ ସହଯୋଗ ଲାଭ ହେବ। ସାମାଜିକ ପ୍ରତିଷ୍ଠା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମଯୋଗୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କମଳାତ୍ମିକା ମନ୍ତ୍ର ପାଠ କରନ୍ତୁ।

ମିଥୁନ: ରବିବାର ଓ ସୋମବାର ଆର୍ଥିକ ଚିନ୍ତା ଦେଖାଦେବ। ପିତାଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତା କରିବେ। ମଙ୍ଗଳବାର ଓ ବୁଧବାର ଶ୍ରୀଯୁକ୍ତ ହେବେ। କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଶତ୍ରୁଠାରୁ ଦୂରେଇ ରହିବା ଭଲ। ଦ୍ରବ୍ୟ ଚୋରି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କର୍କଟ: ରବିବାର ଓ ସୋମବାର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆୟ ବୃଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ନକାରାତ୍ମକ ଚିନ୍ତାଧାରା ଦେଖାଦେବ। ଅସୁବିଧାରେ ପଡ଼ିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କର୍ମକ୍ଷେତ୍ର ବ୍ୟାପକ ହେବ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ସିଂହ: ରବିବାର ଓ ସୋମବାର ଅଟକିଥିବା କାର୍ଯ୍ୟ ସାରିବାକୁ ଚେଷ୍ଟା କରିବେ। ନୂତନ ଜମି କ୍ରୟ କରିବେ। ମଙ୍ଗଳବାର ଓ ବୁଧବାର କର୍ମାଶ୍ରୟୀ ହେବେ। ପଦୋନ୍ନତି ମିଳିପାରେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଶତ୍ରୁଦ୍ବାରା ପରାସ୍ତ ହେବେ। ସାମାନ୍ୟ ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠାଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାଗ୍ୟବାଦୀ ହେବେ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆନନ୍ଦ ଉଲ୍ଲାସରେ ସମୟ କଟିବ। ଶୁକ୍ରବାର ଓ ଶନିବାର ନୂତନ ଗୃହ ଆରମ୍ଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।

ତୁଳା: ରବିବାର ଓ ସୋମବାର ଶାରୀରିକ ଅସୁସ୍ଥତା ଦେଖାଦେବ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ପରୋପକାରୀ ହେବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ର ବ୍ୟାପକ ହେବ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁକ୍ତ ପାଠ କରନ୍ତୁ।

ବିଛା: ରବିବାର ଓ ସୋମବାର ପ୍ରୀତି ଲାଭ ହେବ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳବାର ଓ ବୁଧବାର ମାଲିମକଦ୍ଦମାର ସମ୍ମୁଖୀନ ହେବେ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ନୂତନ କାର୍ଯ୍ୟ ଆରମ୍ଭ କରିବେ। ସ୍ତ୍ରୀ ହେତୁକ ଧନ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରାମାଷ୍ଟକ ପାଠ କରନ୍ତୁ।

ଧନୁ: ରବିବାର ଓ ସୋମବାର ଶତ୍ରୁ ଦମନରେ ସଫଳତା ପ୍ରାପ୍ତ କରିବେ। ଭୂମିଲାଭ ହେବ। ମଙ୍ଗଳବାର ଓ ବୁଧବାର ପ୍ରତିଟି ପଦକ୍ଷେପରେ ଜଗିରଖି ଚଳିବେ। ଅଣ୍ଟାଜନିତ ସମସ୍ୟା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରା କବଚ ପାଠ କରନ୍ତୁ।

ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନ ହେତୁକ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ। ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ଶତ୍ରୁ ଉପରେ ବିଜୟ ଲାଭ କରିବେ। ନୂତନ ଦ୍ରବ୍ୟ ଲାଭ ହେବ। ଶୁକ୍ରବାର ଓ ଶନିବାର ପ୍ରେମରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଜଗନ୍ନାଥ ଅଷ୍ଟକ ପାଠ କରନ୍ତୁ।

କୁମ୍ଭ: ରବିବାର ଓ ସୋମବାର ଜଗରଖି ଚଳିବେ। ସାମାନ୍ୟ ତ୍ରୁଟି ହେତୁ କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳପ୍ରାପ୍ତି ହେବ। ପ୍ରତିଷ୍ଠା ଲାଭ କରିବେ। ଶୁକ୍ରବାର ଓ ଶନିବାର ପରମ୍ପରାବାଦୀ ହେବେ। ନୂତନ ବନ୍ଧୁ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିବାଦୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀଙ୍କ ମନ୍ତ୍ର ଜପ କରନ୍ତୁ।

ମୀନ: ରବିବାର ଓ ସୋମବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଭ୍ରାତୃ ବିବାଦ ସମାଧାନ ହେବ। ମଙ୍ଗଳବାର ଓ ବୁଧବାର ଶାରୀରିକ ଅସୁସ୍ଥତା ଦେଖାଦେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମତତ୍ପର ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାସହସ୍ରନାମ ପାଠ କରନ୍ତୁ।

Breaking News