Report Card Odisha

| Daily Odia News

୨୦୨୩ ର ବାର୍ଷିକ ରାଶିଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ବର୍ଷର ପ୍ରଥମାର୍ଦ୍ଧ ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ପରିବର୍ତ୍ତନ, ବୃତ୍ତିଗତ କ୍ଷେତ୍ରରେ କିଛି ନୂତନ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିପାରେ। ଏପ୍ରିଲ ପରେ ଆୟ ବୃଦ୍ଧି ସମ୍ଭାବନା। ଜୁଲାଇରୁ ଡିସେମ୍ବର ମଧ୍ୟରେ କର୍ମସଂସ୍ଥାନ ପାଇଁ ଚେଷ୍ଟା କରିବେ। ପୁଞ୍ଜିଲଗାଣ ପାଇଁ ମେ’ରୁ ଜୁଲାଇ ମାସ ମଧ୍ୟରେ ନିଷ୍ପତ୍ତି ନେଇପାରନ୍ତି। ନଭେମ୍ବର ଶେଷ ସପ୍ତାହରୁ ଆର୍ଥିକ ପ୍ରଗତି ଦେଖାଦେବ। ପାରିବାରିକ ଦୃଷ୍ଟିରୁ ବର୍ଷଟି ମଧ୍ୟମଫଳ ପ୍ରଦାନ କରିବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।

ବୃଷ: ଚଳିତ ବର୍ଷ ଆଖିଦୃଶିଆ ସଫଳତା ମିଳିବ। ଆରମ୍ଭରୁ ପଦୋନ୍ନତି ତଥା ଆର୍ଥିକ ପ୍ରଗତି ହେବ। ବୈବାହିକ ସମସ୍ୟା ଦୂରୀଭୂତ ହେବ। ନୂତନ ଜମିବାଡ଼ି, ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ। ଭୂମି, ଗୃହ, କୃଷି ଓ ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ବିଦେଶ ଯାତ୍ରା ସୁଯୋଗ ସୃଷ୍ଟି ହେବ। ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଏପ୍ରିଲ ପରଠାରୁ ଋଣଯୁକ୍ତ ହେବାର ସମ୍ଭାବନା ରହିଛି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ପାରିବାରିକ ଓ ସ୍ବାସ୍ଥ୍ୟ ସମସ୍ୟା ଭାରାକ୍ରାନ୍ତ କରିପାରେ। ରିଷ୍ଟ ଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମିଥୁନ: ବର୍ଷର ପ୍ରଥମାର୍ଦ୍ଧରେ ଗ୍ରହମାନଙ୍କ ଗୋଚର ମଧ୍ୟମ ଫଳ ପ୍ରଦାନ କରିବ। ଦୂରଯାତ୍ରା ମନା। ଫେବୃଆରୀରୁ ଏପ୍ରିଲ ମାସ ମଧ୍ୟରେ ଅଟକିଥିବା କାମ ସାରିବାକୁ ଚେଷ୍ଟା କରିବେ। ମେ’ ମାସରୁ କର୍ମକ୍ଷେତ୍ରରେ ସଫଳତା, ପଦୋନ୍ନତି ମିଳିପାରେ। ମାଲି ମକଦ୍ଦମାରେ ବିଜୟ ପ୍ରାପ୍ତ ହେବ। ଦାମ୍ପତ୍ୟ ସୁଖ ସହ ସନ୍ତାନ ଲାଭ କରିପାରନ୍ତି। ପୁଞ୍ଜି ଲଗାଣରୁ ଲାଭବାନ୍‌ ହେବେ। ସ୍ତ୍ରୀ ହେତୁକ ଅର୍ଥପ୍ରାପ୍ତ ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲଳିତା ସହସ୍ରନାମ ପାଠ କରନ୍ତୁ।

କର୍କଟ: ବର୍ଷ ଆରମ୍ଭରୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଆଇନ, ଲୌହ, ଘରତିଆରି ସାମଗ୍ରୀ ଓ ତୈଳବ୍ୟବସାୟରେ ସଫଳତା ଲାଭ କରିବେ। ବୈବାହିକ ସମସ୍ୟା ଦୂରୀଭୂତ ହେବ। ମେ’ରୁ ନଭେମ୍ବର ମାସ ମଧ୍ୟରେ ସାବଧାନତା ଅବଲମ୍ବନୀୟ। ପାରିବାରିକ ବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପାକସ୍ଥଳି, ତଣ୍ଟି, ଦନ୍ତ ଓ ଆଣ୍ଠୁଗଣ୍ଠିଜନିତ ସମସ୍ୟା ଲାଗିରହିବ। ରିଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।

ସିଂହ: କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସାବଧାନତା ଅବଲମ୍ବନ କରିବେ। ଆର୍ଥିକ ଅନଟନ ଦେଖାଦେବ। ମେ’ ମାସଠାରୁ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ନିଯୁକ୍ତି ପାଇପାରନ୍ତି। ଜମିବାଡ଼ି କିଣାକିଣି କରିବେ। ଗୃହ ନିର୍ମାଣ କରିପାରନ୍ତି। ଦୂରଯାତ୍ରା ସଫଳତା ଦେବ। ଥାଇରଏଡ୍‌, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀ ଯତ୍ନଶୀଳ ରହିବା ଉଚିତ। ଆଇନ ବ୍ୟବସାୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ କରିବେ। ବିଦେଶ ଯାତ୍ରା ସୁଯୋଗ ଆସିବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ବଚ୍ଛଳତା ବୃଦ୍ଧି ହେବ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଘରବାଡ଼ି କିଣାକିଣି କରିପାରନ୍ତି। ଶତ୍ରୁକୁ ଆପଣାର କରିବେ। ଦୂରଯାତ୍ରା ସଫଳ ହେବ। ସନ୍ତାନ ହେତୁକ ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟିତ ହେବେ। ବର୍ଷର ଦ୍ବିତୀୟାର୍ଦ୍ଧ ମଧ୍ୟମ ଫଳ ପ୍ରଦାନ କରିବ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ପ୍ରତିରୋଧ ଦେଖାଦେଇପାରେ। ପାକସ୍ଥଳୀଜନିତ ସମସ୍ୟା ହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ତୁଳା: ବର୍ଷର ପ୍ରଥମାର୍ଦ୍ଧରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା, କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଅସହଯୋଗ ଚିନ୍ତାର କାରଣ ହେବ। ଆର୍ଥିକ ସ୍ଥିତି ମଧ୍ୟମ ରହିବ। ନିଯୁକ୍ତି ମିଳିବା ସହ ଦୂରଯାତ୍ରା କରିପାରନ୍ତି। ପ୍ରତିଯୋଗିତା, ଭ୍ରାତୃବିବାଦରେ ବିଜୟୀ ହେବେ। ଅବିବାହିତମାନଙ୍କ ବିବାହ ଧାର୍ଯ୍ୟ ହେବ। ନୂତନ ଗୃହ, ଯାନବାହନ ଲାଭ କରିପାରନ୍ତି। ଅଟକିଥିବା କାର୍ଯ୍ୟ ସମାପନ ହେବ। ବିଦେଶ ଯାତ୍ରା କରିବାର ସୁଯୋଗ ସୃଷ୍ଟି ହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ବିଛା: ଏ ବର୍ଷ ଶୁଭଫଳ ପ୍ରାପ୍ତ ହେବ। ନିଯୁକ୍ତି ମିଳିପାରେ। ପଦୋନ୍ନତି ପ୍ରାପ୍ତି ସହ ସ୍ଥାନାନ୍ତରିତ ହୋଇପାରନ୍ତି। ସମସ୍ୟା ସମାଧାନ ପାଇଁ ଚେଷ୍ଟିତ ହେବେ। ନୂତନ ବ୍ୟବସାୟ ଆରମ୍ଭ ସହ ଆଇନ, ଜମିବାଡ଼ି, ଘର ନିର୍ମାଣ ସାମଗ୍ରୀ ବ୍ୟବସାୟରେ ସଫଳ ହେବେ। ମେ’ଠାରୁ ନଭେମ୍ବର ମାସ ମଧ୍ୟରେ ସମୟ ପ୍ରତିକୂଳ ରହିବ। ଆଘାତଜନିତ ସମସ୍ୟା, ଅଯଥା ଖର୍ଚ୍ଚ ଚିନ୍ତାର କାରଣ ହେବ। ଚୋରି ଓ ଠକାମିର ଶିକାର ମଧ୍ୟ ହୋଇପାରନ୍ତି। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀନୃସିଂହ ମନ୍ତ୍ର ଜପ କରନ୍ତୁ ଓ ଗରିବଙ୍କୁ ଅନ୍ନ ଦାନ କରନ୍ତୁ।

ଧନୁ: ବର୍ଷର ପ୍ରଥମାର୍ଦ୍ଧରେ ମାନସିକ ଦ୍ବନ୍ଦ୍ବ, ଆର୍ଥିକ ଅନଟନ, ପାରିବାରିକ ସମସ୍ୟା ଅସୁବିଧାରେ ପକାଇପାରେ। କର୍ମକ୍ଷେତ୍ରରେ ଜଗିରଖି ଚଳିବେ। ଦୂରଯାତ୍ରା ସଫଳ ହେବ ନାହିଁ। ଏପ୍ରିଲ ୨୧ ତାରିଖ ପରେ ସମୟ ଅନୁକୂଳ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି, ଚାହୁଁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ଭ୍ରାତୃବିବାଦ ଆପୋଷ ଆଲୋଚନାରେ ସମାଧାନ ହେବ। ଚାକିରି ଆଶାୟୀ ପରୀକ୍ଷାର୍ଥୀମାନେ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରାକବଚ ପାଠ କରନ୍ତୁ।

ମକର: ଚଳିତ ବର୍ଷ ଏତେଟା ଶୁଭଫଳଯୁକ୍ତ ହୋଇନପାରେ। ବର୍ଷର ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ ଅଶାନ୍ତି, ଆର୍ଥିକ ଅନଟନ ଦେଖାଦେବ। ବିଶ୍ବାସଘାତକତା ଓ ବିଭିନ୍ନ ସମସ୍ୟା ଭାରାକ୍ରାନ୍ତ କରିପାରେ। ମଧୁମେହ ବା ଉଚ୍ଚରକ୍ତଚାପ ଜନିତ ସମସ୍ୟା ଚିନ୍ତାରେ ପକାଇବ। ବର୍ଷ ଶେଷ ଆଡ଼କୁ କିଛିଟା ପରିବର୍ତ୍ତନ ହେବ। ସ୍ତ୍ରୀଙ୍କ ସହଯୋଗ ଲାଭ କରିବେ। ଆର୍ଥିକ ପରିସ୍ଥିତି ମଧ୍ୟମ ରହିବ। ସମ୍ପର୍କରେ ସାବଧାନତା ଲୋଡ଼ା। ରିଷ୍ଟ ଖଣ୍ଡନ ପାଇଁ ଶନିଦେବଙ୍କ ପୂଜା ଅର୍ଚ୍ଚନା ସହ ଶ୍ରୀ ଶନୈଶ୍ଚର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କୁମ୍ଭ: ଚଳିତ ବର୍ଷ ବାଧାବିଘ୍ନ ରହିଥିଲେ ମଧ୍ୟ ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ ହେବ। ବନ୍ଧୁ ସହଯୋଗ ଲାଭ କରିବେ। ଆଶାନୁରୂପକ ଆୟ ହେବ। ଏପ୍ରିଲ ୨୧ ତାରିଖ ପରେ ସାବଧାନତା ଲୋଡ଼ା। ଦୂରଯାତ୍ରା ମନା। ଅବସାଦ, ପିତାମାତାଙ୍କ ସ୍ବାସ୍ଥ୍ୟ ଚିନ୍ତାଗ୍ରସ୍ତ କରିବ। ମେରୁଦଣ୍ଡ, ହୃଦ୍‌ଘାତଜନିତ ସମସ୍ୟା ଅସୁବିଧାରେ ପକାଇପାରେ। ଚାକିରି ଓ ବ୍ୟବସାୟରେ ଦ୍ବନ୍ଦ୍ବ ଦେଖାଦେଇପାରେ। ସହନଶୀଳତା ଏ ସମୟରେ ଆପଣଙ୍କ ପାଇଁ ଆଶୀର୍ବାଦ ଯୁକ୍ତ ହେବ। ରିଷ୍ଟ ଖଣ୍ଡନ ପାଇଁ ମା’ କାଳୀଙ୍କ କବଚ ପାଠ କରନ୍ତୁ।

ମୀନ: ଚଳିତ ବର୍ଷ ଦୃଢ଼ ନିଷ୍ଠା ଓ ସହନଶୀଳତା ବହୁ କ୍ଷେତ୍ରରେ ସଫଳତା ପ୍ରଦାନ କରିପାରେ। ଏପ୍ରିଲ ୨୧ ତାରିଖ ମଧ୍ୟରେ ଚାକିରି ଓ ବ୍ୟବସାୟରେ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇପାରନ୍ତି। ମେ’ ମାସଠାରୁ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ନୂତନ ନିଯୁକ୍ତି ମିଳିପାରେ। ଅବିବାହିତମାନେ ବିବାହ ବନ୍ଧନରେ ବାନ୍ଧି ହେବେ। ସରକାରୀ କର୍ମଚାରୀଙ୍କ ପଦୋନ୍ନତି ଯୋଗ। ନୂତନ ଜମିବାଡ଼ି କିଣାକିଣି କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।

 

 

Breaking News