ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ସୌଭାଗ୍ୟବତୀ ଗୃହଲକ୍ଷ୍ମୀଙ୍କ ପୁଣ୍ୟ ଫଳରେ ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବେ। ଜ୍ଞାନ ବିତରଣ ପାଇଁ ଅଧ୍ୟୟନରତ ହେବେ।
ବୃଷ : ଦିବ୍ୟଜ୍ଞାନ ସମ୍ପନ୍ନ କୃଷି ବିଶାରଦଭାବେ କୃଷକଙ୍କୁ ଦିଗ୍ଦର୍ଶନ ଦେଇ ଫସଲ ଉତ୍ପାଦନରେ ସହାୟତା କରିପାରନ୍ତି। ଉଦାରଚେତା ହେବେ। ଶୂନ୍ୟତା ଭିତରୁ ପୂର୍ଣ୍ଣତାକୁ ଉଦ୍ଧାର କରିବେ। ସୁଖୀ ଜୀବନ ବିତାଇବେ।
ମିଥୁନ : ଆତ୍ମଜ୍ଞାନ ପ୍ରାପ୍ତି ପାଇଁ ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବାକୁ ପଡ଼ିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିନ୍ଦୁ ବ୍ୟତିରକେ ସିନ୍ଧୁ ସମ୍ଭବ ନୁହେଁ। ତୃଣମୂଳ ସ୍ତରର ଚେଷ୍ଟା ଫଳବତୀ ହେବ।
କର୍କଟ : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ଭାଗ୍ୟାକାଶର ଊଳମୟ ତାରକା ଆପଣଙ୍କର ପଥ ପ୍ରଦର୍ଶକ ହେବ। ପତିପତ୍ନୀଙ୍କ ଜୀବନଶୈଳୀ ମଧୁମୟ ହେବ। ଧୈର୍ଯ୍ୟ ଓ ସତ୍ସଙ୍ଗ ଜୀବନର ସଫଳତା ହେବ।
ସିଂହ : ଦାନୀ ଭାବେ କଲ୍ୟାଣମୁଖୀ ଯୋଜନାରେ କର୍ମତତ୍ପର ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ୍ ହୋଇପାରନ୍ତି। ଧୀ’ ଶକ୍ତିସମ୍ପନ୍ନ ହେବେ। ସମ୍ବେଦନା ସହ ଯୋଡ଼ି ହୋଇ ସେବାର ମହତ୍ବ ଉପଲବ୍ଧି କରିବେ।
କନ୍ୟା : ମହନୀୟ ଶ୍ରେଷ୍ଠ ପଦପଦବୀ ଲାଳସା ପରିତ୍ୟାଗ କରି ଧର୍ମ ପଥର ପଥିକ ହୋଇପାରନ୍ତି। ଭାଷା ଓ ରଚନାରେ ନୂତନ ଦିଗନ୍ତ ସୃଷ୍ଟି କରିବେ। ପରୋପକାର ପାଇଁ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିବେ।
ତୁଳା : ଆତ୍ମଶକ୍ତିକୁ ଜାଗ୍ରତ କରି ତା’ ଉପରେ ବିଶ୍ବାସ ରଖୁଥିଲେ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଅସାଧ୍ୟ ସାଧନ କରିବା ପାଇଁ ଆଜି ଦିନଟି ଶୁଭ ଅଟେ। ଉଚ୍ଚ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ବିଛା : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ମନକୁ ସାଧିଲେ ସବୁ ସାଧ୍ୟ ହେବ। ପାରିବାରିକ ସ୍ନେହ ବନ୍ଧନରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ।
ଧନୁ : ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ବିବେକ ରୂପୀ ମହାର୍ଘ ସମ୍ପଦକୁ ପରୋପକାରରେ ବିନିଯୋଗ କରି ଜୀବନକୁ ଧନ୍ୟ କରିପାରିବେ।
ମକର : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ। ଦୈବୀ ବଳରେ ବଳୀୟାନ୍ ହେଲେ ବି ଆକସ୍ମିକ ସମସ୍ୟା ପ୍ରତି ସତର୍କ ରହିବାକୁ ପଡ଼ିବ। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋହଳ ହେବେ।
କୁମ୍ଭ : ନମ୍ରତାର ପ୍ରତୀକ ହୋଇପାରନ୍ତି। କାର୍ଯ୍ୟ ଫଳପ୍ରସୂ ହେବ। ଅନବଦ୍ୟ ରଚନା ଓ ଚେତନାଧର୍ମୀ ଲେଖା ଜନସାଧାରଣଙ୍କ ମନରେ ଆଲୋଡ଼ନ ସୃଷ୍ଟି କରୁଛି। ଲୋଭ, ମୋହ, କାମ ଓ କ୍ରୋଧକୁ ପରାସ୍ତ କରିବେ।
ମୀନ : ଠାକୁରଙ୍କ ନିକଟରେ ମଧୁର ପ୍ରେମଭକ୍ତି ନିବେଦନ କରିପାରନ୍ତି। ଅମଳ, କମଳ, ଚରଣ ତଳେ ଆଶ୍ରୟ ନେଇପାରନ୍ତି। ପାପ, ତାପ, ପରିହାରକ ହୋଇପାରନ୍ତି। ଶତ୍ରୁତାର ବିନାଶ ଘଟାଇ ଶାନ୍ତି ପ୍ରାପ୍ତ ହେବେ।






More Stories
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..
ସତର୍କ ରୁହନ୍ତୁ…..