Report Card Odisha

| Daily Odia News

ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଚେତନାର ଉଜ୍ଜ୍ବଳ ପ୍ରଦୀପ ହୋଇପାରନ୍ତି। ନିଜ ପ୍ରତି କଠୋର ହେଉଥିବାବେଳେ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
ବୃଷ : ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି। ଜନସାଧାରଣଙ୍କ ଉପରେ ଆପଣଙ୍କ ପ୍ରଭାବ ଅମୃତମୟ ହେବ। ସହିଷ୍ଣୁ ମନୋଭାବ ନେଇ ଜଗତଜିତା ହେବେ। ଯାନବାହନ ସୁଖ ମିିଳିବ।
ମିଥୁନ : ଆୟୁଷ୍ମାନ୍‌ ହେବେ। ଠାକୁରଙ୍କ ନିକଟରେ ମଧୁର ପ୍ରେମ, ଭକ୍ତି ନିବେଦନ କରିପାରନ୍ତି। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରି ସୁଖ ଭୋଗ କରିବେ।
କର୍କଟ : ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ ଆପଣଙ୍କର ଧ୍ୟେୟ ହେବ। ଏକାନ୍ତରେ ସାଧନା ପାଇଁ ଗିରିରାଜଙ୍କ ଆମନ୍ତ୍ରଣକୁ ରକ୍ଷା କଲେ ସଫଳକାମୀ ହେବେ। ଶରଣାର୍ଥୀଙ୍କ ପାଇଁ ଧନ ବ୍ୟୟ କରିବେ।
ସିଂହ : ବୁଦ୍ଧିମାନ୍‌, ବିବେକୀ, ଦୂରଦ୍ରଷ୍ଟା ଓ ଦାନଶୀଳ ହୋଇ ବି ଆପଣଙ୍କ ଜ୍ଞାନ ପିପାସା ମେଣ୍ଟିବ ନାହିଁ। ପ୍ରତ୍ୟେକ କାର୍ଯ୍ୟ ଓ ଉଦ୍ୟମ ଫଳପ୍ରସୂ ହେବ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ସହିତ ପ୍ରଶଂସା ମିଳିବ।
କନ୍ୟା : ଜ୍ଞାନର ପ୍ରଦୀପ ଜଳାଇ ସହକର୍ମୀ, ଶୁଭାଧ୍ୟାୟୀ ଓ ଆଶ୍ରିତ-ନିର୍ଭରଶୀଳଙ୍କ ଚଲାପଥକୁ ଆଲୋକିତ କରିପାରନ୍ତି। ପରସ୍ପର ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ। ସରକାରୀ ଅର୍ଥ ମିଳିପାରେ। ସୁଖୀ ହେବେ।

ତୁଳା : ଈପ୍‌ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଗ୍ୟ ବଳରେ ବଳୀୟାନ୍‌ ହେବେ। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ପୁଣ୍ୟପ୍ରଭା ପ୍ରତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ବିଛା : ଏପରି କାର୍ଯ୍ୟ ନକରନ୍ତୁ; ଯେଉଁଥିରେ କି ଉଜ୍ଜ୍ବଳ ଭବିଷ୍ୟତ ‘ଅଜଣା ବୈତରଣୀ’ ପରି ନ ହେବ। ପରିସ୍ଥିତିରେ ପଡ଼ି ନୈତିକ ମୂଲ୍ୟବୋଧର ଅଧପତନ କରିପାରନ୍ତି। କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ ହେବ।
ଧନୁ : ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଦିନଟି ସୁଖପୂର୍ଣ୍ଣ ଓ ଆନନ୍ଦଦାୟକ ହେବ। କାମନା ଭଳି ଅଗ୍ନିଶିଖାକୁ ପତ୍ନୀଙ୍କ ସାହଚର୍ଯ୍ୟ ନିର୍ବାପିତ କରିବ।
ମକର : ଭ୍ରାତୃତ୍ବର ନିବିଡ଼ ବନ୍ଧନରେ ଅନୁବନ୍ଧିତ ହୋଇ ଶତ୍ରୁକୁ ପରାଜିତ କରିବା ସହିତ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିବେ। ଚାକିରି ଜୀବନରେ ସେବକ ମନୋଭାବର ହେବେ। ସୁସ୍ଥ ରହିବେ।
କୁମ୍ଭ : ସଦାଚାରୀ ହେବେ। ଅତିମାନସ ଜ୍ଞାନଚକ୍ଷୁକୁ ଉନ୍ମୋଚନ କରିବାକୁ ପଡ଼ିବ। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ଆପଣଙ୍କ ବିଶ୍ବାସୀ ଲୋକ ପରୋକ୍ଷରେ ଅବିଶ୍ବାସୀ ହୋଇପାରନ୍ତି।
ମୀନ : ମହତ୍‌ ପ୍ରୟାସୀ ହୋଇପାରନ୍ତି। ଧର୍ମୀୟ ବିଚାରରେ ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ଶ୍ରଦ୍ଧା, ପ୍ରେମ ଓ ଶାନ୍ତି ରୂପକ ସର୍ବ ସୁଖ ଭୋଗ କରିପାରନ୍ତି। ମହନୀୟ କର୍ମସମୂହ ଶୀର୍ଷାସନ ଦେଇପାରେ।

Breaking News