ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ-ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ। ବିଭିନ୍ନ ସ୍ତରରୁ ସମର୍ଥନ ମିଳୁଥିବାର ଜାଣି ଶତ୍ରୁ ପଛଘୁଞ୍ଚା ଦେବ। ଋଣ ପରିଶୋଧ କରି ମାନସିକ ଶାନ୍ତି ପ୍ରାପ୍ତ ହେବେ। ସୁସ୍ଥ ରହିବେ।
ବୃଷ-ପ୍ରବଚନର ପ୍ରସ୍ତୁତି ପାଇଁ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଆର୍ଥିକ ଅନୁଦାନ ପାଇବାର ସୂଚନା ମିଳୁଛି। ବିଦ୍ୟାର୍ଥୀ ଉଚ୍ଚ ଆଶା ପୂରଣ କରିବେ।
ମିଥୁନ- ଆୟ, ବ୍ୟୟ ସମାନ୍ତରାଳ ଗତି କରିବେ। ଚାକିରି କ୍ଷେତ୍ରରେ ସତର୍କତା ଯୋଗଁୁ ବିପଦରୁ ରକ୍ଷା ପାଇବେ। ବ୍ୟବସାୟ ଲାଭପ୍ରଦ ହେବ। ଧର୍ମ କାର୍ଯ୍ୟ କରିପାରନ୍ତି। ବିଦ୍ୟାର୍ଥୀ ପଢ଼ାପଢ଼ିରେ ମନଯୋଗୀ ହେବେ।
କର୍କଟ- ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଅସୁସ୍ଥତାର ଉପସମ ହେବ। ଚାକିରି କ୍ଷେତ୍ରରେ ସ୍ଥିତି ଅଟଳ ରହିବ। ବନ୍ଧୁମାନଙ୍କ ସହିତ ଆନନ୍ଦ ଉତ୍ସବରେ ମଜ୍ଜି ରହିବେ। ବିଦ୍ୟାର୍ଥୀମାନେ ଅଳ୍ପ ଆଗକୁ ବଢ଼ିପାରନ୍ତି।
ସିଂହ -ଅର୍ଥାଭାବ ପଡ଼ିବ ନାହିଁ। ବ୍ୟବସାୟରେ ଢେର ଉନ୍ନତି ଘଟିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ।
କନ୍ୟା- ବିଭିନ୍ନ ସୂତ୍ରରୁ ରୋଜଗାର କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଚାକିରି କ୍ଷେତ୍ରରେ ଜଣେ କରିତ୍କର୍ମାର ପରିଚୟ ସୃଷ୍ଟି କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ବିଦ୍ୟାର୍ଥୀମାନେ ଉଦ୍ୟମୀ ହେବେ।
ତୁଳା- ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମୂଲ୍ୟବାନ୍ ଦ୍ରବ୍ୟର ଆଶାୟୀ ହେବେ। କେତେକ କ୍ଷେତ୍ରରେ କାର୍ଯ୍ୟ ହାସଲ କରିପାରନ୍ତି। ବାକ୍ ଚାତୁରୀରେ ପରକୁ ଆପଣାର କରିପାରନ୍ତି। ବିଦ୍ୟାର୍ଥୀ ମନୋଯୋଗୀ ହେବେ।
ବିଚ୍ଛା – ଅଧିକ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ। ମନ ପ୍ରଫୁଲ୍ଲ ରହିବ। ବିବାଦରେ ବିଜୟୀ ହେବେ। ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ। ସରକାରୀ ସ୍ତରରୁ ଲାଭ ମିଳିବ। ବିଦ୍ୟାର୍ଥୀ କର୍ମଠ ହେବେ।
ଧନୁ- ଉପୁଜିଥିବା ସମସ୍ୟାର ସମାଧାନ କରିବେ। ଭ୍ରମଣ ଫଳପ୍ରଦ ହେବ। ଚାକିରି କ୍ଷେତ୍ରରେ ସହଯୋଗୀଙ୍କୁ ବନ୍ଧୁତାର ଆସନ ଦେଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।
ମକର- ଦେହ ଓ ମନ ଭଲ ରହିବ। ମଥା ଟେକି ବାଟ ଚାଲିପାରନ୍ତି। ନିଜର କର୍ମଦ୍ବାରା ଭାଗ୍ୟକୁ ନିୟନ୍ତ୍ରଣ କରିପାରନ୍ତି। ମିଳିଥିବା କ୍ଷମତାକୁ ବିକେନ୍ଦ୍ରୀକରଣ କରି ଜନକଲ୍ୟାଣରେ ନିଜକୁ ସାମିଲ କରିପାରନ୍ତି।
କୁମ୍ଭ- କୀର୍ତ୍ତିମାନ୍ ହେବେ। ସରକାର ତଥା ବିଭାଗୀୟ ମୁଖ୍ୟଙ୍କ ପ୍ରିୟପାତ୍ର ହୋଇପାରନ୍ତି। ସହଯୋଗୀ ଓ ସହକର୍ମୀଙ୍କ ସମର୍ଥନ ପାଇବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।
ମୀନ- ବ୍ୟବସାୟ ଲାଭପ୍ରଦ ହେବ। ସାମାଜିକ ସ୍ତରରେ ଜଣେ ସେବକର ନିଦର୍ଶନ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ସର୍ବ ସୁଖ ଅନୁଭବ କରିପାରନ୍ତି। ସୁସ୍ବାଦୁ ଭୋଜନ ପାଇ ଆନନ୍ଦ ଅନୁଭବ କରିବେ।






More Stories
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..
ସଂଯମତା ରକ୍ଷା କରନ୍ତୁ…..