ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ରବିବାର ଅଯଥା ଚିନ୍ତାଗ୍ରସ୍ତ ହେବେ। ଅସୁସ୍ଥତା ଦେଖାଦେଇପାରେ। ସୋମବାର ଓ ମଙ୍ଗଳବାର ସମ୍ବେଦନଶୀଳ ହେବେ। ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବେ। ଆର୍ଥିକ ଚିନ୍ତା ଦୂର ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ମଧ୍ୟମଫଳ ପ୍ରାପ୍ତ କରିବେ। ସୋମବାର ଓ ମଙ୍ଗଳବାର ସାବଧାନତା ଲୋଡ଼ା। ବିବାଦରେ ପଡ଼ିପାରନ୍ତି। ମାନସିକ ଅବସାଦ ଦେଖାଦେବ। ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ଦୂରଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ରାଜଦଣ୍ଡର ସମ୍ମୁଖୀନ ହେବେ। ଦ୍ରବ୍ୟ ଚୋରି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଅସୁବିଧାରେ ପଡ଼ିପାରନ୍ତି। ସୋମବାର ଓ ମଙ୍ଗଳବାର ସଫଳତା ଲାଭ କରିବେ। ଆର୍ଥିକ ସମସ୍ୟା ଦୂରୀଭୂତ ହେବ। ବୁଧବାର ଓ ଗୁରୁବାର ପରିସ୍ଥିତିରେ ପରିବର୍ତ୍ତନ ଆସିବ। ପ୍ରଗତିରେ ପଥରୋଧ ହେବ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ସମୟ ଅନୁକୂଳ ରହିବ। ଆୟ ବୃଦ୍ଧି ହେବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାର ଶତ୍ରୁକୁ ପରାସ୍ତ କରିବେ। ଜମିବାଡ଼ି ଗଣ୍ଡଗୋଳ ସମାଧାନ ହେବ। ସୋମବାର ଓ ମଙ୍ଗଳବାର ବିବଦମାନ ପରିସ୍ଥିତିରେ ପଡ଼ିବେ। ବୁଧବାର ଓ ଗୁରୁବାର ସଫଳତା ଲାଭ କରିବେ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ପାରିବାରିକ ଅଶାନ୍ତି ଦେଖାଦେବ। ଦ୍ରବ୍ୟ ଚୋରି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀଙ୍କ ମଧ୍ୟମ ଫଳ ପ୍ରାପ୍ତ ହେବ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ପାଠ କରନ୍ତୁ।
ସିଂହ: ରବିବାର ଆଘାତ ପ୍ରାପ୍ତ ହେବେ। ସୋମବାର ଓ ମଙ୍ଗଳବାର ବନ୍ଧୁ ଲାଭ କରିବେ। ତୀର୍ଥ ଯାତ୍ରା କରିପାରିବେ। ପ୍ରତିଷ୍ଠାଯୁକ୍ତ ହେବେ। ଯାନବାହନ ସୌଖ୍ୟପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ଶତ୍ରୁକୁ ପରାଜିତ କରିବେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଭଟ୍ଟାରିକାଷ୍ଟକ ପାଠ କରନ୍ତୁ।
କନ୍ୟା: ରବିବାର ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ସୋମବାର ଓ ମଙ୍ଗଳବାର କୌଣସି କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ଅପବାଦରେ ପଡିପାରନ୍ତି। ଅସୁସ୍ଥତା ଦେଖାଦେବ। ସାମାଜିକ ପ୍ରତିଷ୍ଠା ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଶତ୍ରୁ ଦ୍ବାରା ପରାଭୂତ ହେବେ। ପାରିବାରିକ ଶାନ୍ତି ବିରାଜମାନ ହେବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳପ୍ରାପ୍ତ ହେବ। ବିଜୟୀ ହେବେ। ବୁଧବାର ଓ ଗୁରୁବାର ଜଗିରଖି ଚଳନ୍ତୁ। ଅସୁବିଧାରେ ପଡ଼ିପାରନ୍ତି। ଯାତ୍ରାକାଳୀନ ଦୁର୍ଘଟଣାର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ। ପଦୋନ୍ନତି ପ୍ରାପ୍ତ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ତତ୍ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋ ରୁଦ୍ର ପ୍ରଚୋଦୟାତ୍ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ। ବୁଧବାର ଓ ଗୁରୁବାର କର୍ମ ଅନୁରୂପ ଫଳପ୍ରାପ୍ତି ହେବ। ଦୂରଯାତ୍ରା କରିପାରନ୍ତି। ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ପ୍ରଚେଷ୍ଟା ଜାରି ରଖିବେ। ଶୁକ୍ରବାର ଓ ଶନିବାର ଅସୁବିଧାରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସଙ୍ଗେ କଳହ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ତ୍ର ପାଠ କରନ୍ତୁ।
ଧନୁ: ରବିବାର କର୍ମକ୍ଷେତ୍ରରେ ବନ୍ଧନ ଦେଖାଦେବ। ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳପ୍ରାପ୍ତି ହେବ। ବିବାଦରେ ବିଜୟୀ ହେବେ। ସୁସମ୍ବାଦ ପ୍ରାପ୍ତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ପ୍ରେମରେ ସଫଳତା ଲାଭ କରିବେ। ବ୍ୟକ୍ତିତ୍ବର ବିକାଶ ଘଟିବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମକର: ରବିବାର ପରୋପକାରୀ ହେବେ। ସୋମବାର ଓ ମଙ୍ଗଳବାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଦୁର୍ଘଟଣାର ସମ୍ମୁଖୀନ ହେବେ। ବୁଧବାର ଓ ଗୁରୁବାର ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। ଦାର୍ଶନିକ ଚିନ୍ତାଧାରାଯୁକ୍ତ ହେବେ। ସୌଖୀନ ଦ୍ରବ୍ୟ କ୍ରୟ କରିବେ। ଶୁକ୍ରବାର ଓ ଶନିବାର ଆୟ ମଧ୍ୟମ ରହିବ। ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। ପଦୋନ୍ନତି ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ସାମାନ୍ୟ ଅସାବଧାନତା ହେତୁ ବିପଦରେ ପଡ଼ିପାରନ୍ତି। ଶାରୀରିକ ଅସୁସ୍ଥତା ଦେଖାଦେବ। ଶୁକ୍ରବାର ଓ ଶନିବାର ସମସ୍ୟାରୁ ମୁକ୍ତି ପାଇଁ ଚେଷ୍ଟା କରିବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ମନନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ ହେବେ। ବୁଧବାର ଓ ଗୁରୁବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ସ୍ତ୍ରୀହେତୁକ ଧନଲାଭ ହେବ। ଶୁକ୍ରବାର ଓ ଶନିବାର ସାମାନ୍ୟ ତ୍ରୁଟିହେତୁ ଭର୍ତ୍ସିତ ହେବେ। କାର୍ଯ୍ୟରେ ବିଘଟନ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସ୍କନ୍ଦ କବଚ ପାଠ କରନ୍ତୁ।






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..