Report Card Odisha

| Daily Odia News

ମୋକଦ୍ଦମାରେ ବିଜୟୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଆତ୍ମବିଶ୍ବାସୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ଧନୀ ଓ ଐଶ୍ବର୍ଯ୍ୟବାନ୍‌ ହେବେ। ପ୍ରଖର ବୁଦ୍ଧିସମ୍ପନ୍ନ ହୋଇପାରନ୍ତି। ଓଜସ୍ବୀତା ଓ ତେଜସ୍ବୀତା ହେବେ। ଏକାନ୍ତପ୍ରିୟ ଓ ଗୁପ୍ତ ବିଦ୍ୟାର ଅଧିକାରୀ ହେବେ।
ବୃଷ: ଐଶ୍ବର୍ଯ୍ୟଶାଳୀ ହେବେ। ବହୁ ଭୂସମ୍ପତ୍ତିଯୁକ୍ତ ହୋଇପାରନ୍ତି। ପ୍ରବକ୍ତା ଓ ଭାଷ୍ୟକାର ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାବଧାନତାର ସହ କାର୍ଯ୍ୟ କରିବେ। ନିଜର ଭାଗ୍ୟ ନିର୍ମାତା ନିଜେ ହେବେ। ସୁସ୍ଥ ରହିବେ।
ମିଥୁନ: ମାଗଣାରେ ଧନ ବା ଦ୍ରବ୍ୟ ପ୍ରାପ୍ତିର ଆଶା ରହିବ। ଧନଲାଭ ପାଇଁ କଷ୍ଟ ସହିବାକୁ କୁଣ୍ଠିତ ହେବେ ନାହଁ। ପରାକ୍ରମୀ ଓ ସାହସୀ ହେବେ। ଯୁକ୍ତିରେ ସମସ୍ତଙ୍କୁ ପରାସ୍ତ କରିପାରନ୍ତି। ରାଜନୀତିଜ୍ଞ ହୋଇପାରନ୍ତି।
କର୍କଟ: ଉତ୍ତମ ଚିକିତ୍ସକଭାବେ ସୁନାମ ଅର୍ଜନ କରିବେ। ସମ୍ମାନିତ ହେବେ। ନିଜର ସ୍ବାର୍ଥ ସିଦ୍ଧି ପାଇଁ ନ୍ୟାୟ, ଅନ୍ୟାୟର ବିଚାର ନ କରିପାରନ୍ତି। ସନ୍ତାନ ପୋଷକ ହେବେ। ଅନୁଗତମାନଙ୍କର ସହାୟକ ହେବେ।
ସିଂହ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମା​‌େ​‌ର ବିଜୟୀ ହେବା ସହିତ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜିପାରେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟରେ ପରିବର୍ତ୍ତନ ଜରୁରୀ।
କନ୍ୟା: ଗୁପ୍ତ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ମୋକଦ୍ଦମାରେ ବିଜୟୀ ହେବେ। ଯୁକ୍ତିତର୍କରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭପ୍ରଦ ହେବ। ଭୂସମ୍ପତ୍ତି ପ୍ରାପ୍ତି ହୋଇପାରେ।
ତୁଳା: ପ୍ରତ୍ୟେକ କାର୍ଯ୍ୟରେ ଦୃଢ଼ ନିଶ୍ଚୟୀ ହେବେ। ସାଙ୍ଘାତିକ ବିପଦରେ ଧୈର୍ଯ୍ୟର ସହ କାର୍ଯ୍ୟ କରିପାରନ୍ତି। ଅକସ୍ମାତ୍‌ ମାଗଣାରେ ଧନ ପ୍ରାପ୍ତିର ସୂଚନା ମିଳୁଛି। ସଞ୍ଚୟ ମନୋବୃତ୍ତିର ହେବେ। କୂଟନୀତିଜ୍ଞ ହେବେ।
ବିଛା: ଧନବାନ୍‌ ହେବେ। ଉଚ୍ଚାଧିକାରୀଙ୍କଠାରୁ ସାହାଯ୍ୟ ପାଇବେ। ଯେକୌଣସି ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଆଶାବାଦୀ ହେବେ। ସନ୍ତାନମାନଙ୍କଠାରୁ ସାହାଯ୍ୟ ମିଳିବ। ଜ୍ଞାନୀ ହୋଇପାରନ୍ତି।
ଧନୁ: ଧନୀ ହେବେ। ସୁନ୍ଦର ଆଭୂଷଣଯୁକ୍ତ ହୋଇପାରନ୍ତି। ଉତ୍ତମ ପଦପଦବୀଯୁକ୍ତ ହେବେ। ମାତୃସେବକ ହୋଇପାରନ୍ତି। ଦୟାଳୁ ହେବେ। ଅଗଭୀର ଅନୁସନ୍ଧାନ ହେବେ। ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ହୋଇପାରନ୍ତି।
ମକର: ଆଡ଼ମ୍ବରପ୍ରିୟ ହେବେ। ସତ୍ୟ-ଅସତ୍ୟକୁ ପରବାୟ ନ କରିପାରନ୍ତି। ଉଚ୍ଚାଭିଳାଷୀ, ଚତୁର ଓ କୂଟନୀତିରେ ଧୂରନ୍ଧର ହେବେ। ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିପାରନ୍ତି। ପତ୍ନୀ ବିଳାସୀ ଓ ଆୟୁଷ୍ମାନ୍‌ ହେବେ।
କୁମ୍ଭ: ଐଶ୍ବର୍ଯ୍ୟଶାଳୀ, ନୀରୋଗ ଚରିତ୍ରବାନ୍‌ ଓ ଗୁରୁଭକ୍ତ ହୋଇପାରନ୍ତି। ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ଭଲ କାର୍ଯ୍ୟରେ ସାହସ ପ୍ରଦର୍ଶନ କରିବେ। ସଙ୍ଘାତ, ସଂଘର୍ଷ ମଧ୍ୟରେ ବଞ୍ଚିରହି ନିଜକୁ ପ୍ରତିଷ୍ଠିତ କରିପାରନ୍ତି।
ମୀନ: ସାହସୀ ହେବେ। ନିଜ ପରାକମ୍ରରେ ଧନ ଅର୍ଜନ କରିବେ। ମାତ୍ର ସୁନାମ ଅର୍ଜନ କରିବା କଷ୍ଟସାଧ୍ୟ ହେବ। କାର୍ଯ୍ୟ ଦକ୍ଷତାରେ ଏପରି ସିଦ୍ଧହସ୍ତ ଯେ କାହାକୁ ଖାତିର କରିବେ ନାହିଁ। ଗୁପ୍ତ ଧନ ମିଳିପାରେ।

Breaking News