Report Card Odisha

| Daily Odia News

ବିଜୟୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ସ୍ବାଧୀନ ଭାଷଣ, ସ୍ବାଧୀନ ବିହାର, ସ୍ବାଧୀନ ଜୀବନ ଓ ସ୍ବାଧୀନ ସମିତି ଏହି ଚାରିସ୍ତମ୍ଭ ହେଉଛି ମାନବ ସଂସ୍ଥତି; ଯାହା ଆପଣଙ୍କଠାରେ ପ୍ରତିଭାତ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ କାର୍ଯ୍ୟରେ ସର୍ବତ୍ର ବିଜୟୀ ହେବେ।
ବୃଷ: ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନ, ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବେ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି। ଶାନ୍ତିପ୍ରିୟ ଓ ସହନଶୀଳ ମନୋଭାବର ହେବେ।

ମିଥୁନ: ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନ ଲାଭ ହେବ। ଆହର ଓ ବ୍ୟବହାରରେ ‘ତ୍ୟକ୍ତ ଲଜ୍ୟ’ ହୋଇପାରନ୍ତି। ବିଜୟୀ ହେବେ।

କର୍କଟ: ଅହଂକାର ଶୂନ୍ୟ ହେଲେ କୃଚ୍ଛ୍ର ଓ ଏକାନ୍ତ ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। କର୍ମଚଞ୍ଚଳ ହୋଇ ଅସାଧ୍ୟ ସାଧନ କରିପାରନ୍ତି। ଧର୍ମ ଚିନ୍ତାଧାରୀ ହୋଇପାରନ୍ତି। ଗୁପ୍ତ ବିଦ୍ୟାଧ୍ୟାୟୀ ହେବେ। ମିତବ୍ୟୟୀ ହେବେ।
ସିଂହ: ଆତ୍ମା ଶାଶ୍ବତ ଓ ଚିରନ୍ତନ; ଯିଏ କି ଅଦୃଶ୍ୟ ହୋଇ ଅନ୍ତରରେ ବାସ କରନ୍ତି। କେବଳ ଆପଣଙ୍କ ଭଳି ବିଜ୍ଞ ଲୋକେ ତାଙ୍କୁ ଚିହ୍ନିପାରନ୍ତି। ସ୍ବାର୍ଥ ସୀମିତ ହେବ। ପରୋପକାରରେ ନିଜକୁ ସମର୍ପଣ କରିପାରନ୍ତି।
କନ୍ୟା: ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ସ୍ବକୀୟ ଗୁଣକୁ ନେଇ ପୂଜ୍ୟ ହୋଇପାରନ୍ତି। ଜ୍ଞାନାଲୋକରେ ଅନ୍ଧକାରରେ ବୁଡ଼ି ରହିଥିବା ସାମାଜିକ ଚଳଣିକୁ ଉଜ୍ଜ୍ବଳ କରିପାରନ୍ତି।
ତୁଳା : କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହଯୋଗରେ ସମସ୍ତ କର୍ମରେ ସଫତଳା ଏବଂ ପ୍ରଶଂସା ପାଇବେ। ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟ ହେବ। ଶତ୍ରୁମାନେ ମିତ୍ର ହେବେ।
ବିଝା : ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି। ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପମାନିତ ହୋଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିପାରନ୍ତି। ମହିଳାମାନେ ବିଷାଦଗ୍ରସ୍ତ ହେବେ।

ଧନୁ : ଜଣେ ସମାଜସେବୀଭାବେ ଦୟାଧର୍ମରେ ବିଲୀନ ହୋଇପାରନ୍ତି। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।
ମକର : ପ୍ରେମପୂର୍ଣ୍ଣ ବ୍ୟବହାରରେ ଶତ୍ରୁକୁ କରାୟତ କରିପାରନ୍ତି। ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ। ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି।
କୁମ୍ଭ : କର୍ମରେ ଅସ୍ଥିରତା, ବାଧାବିଘ୍ନ ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ। ବାପା ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ। ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି। କର୍ମଠ ହେବେ।
ମୀନ: କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ। ବିନା କାରଣରେ ଆଜି ବହୁ ବ୍ୟସ୍ତ ରହିବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ।

Breaking News