Report Card Odisha

| Daily Odia News

ପରୋପକାରୀ ହୋଇପାରନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ସଂଗ୍ରାମରତ ହୋଇ ଶ୍ରେଷ୍ଠ ପଦପଦବୀରେ ଆସୀନ ହୋଇପାରନ୍ତି। କଥାବାର୍ତ୍ତା ବିନୟଭାବ ସମ୍ପନ୍ନ ହେବ। ସାଧୁତା ଆପଣଙ୍କ ଭୂଷଣ ହୋଇପାରେ। ପ୍ରଜ୍ଞାଶୀଳ ହେବେ। ନାନା ବିଭବରେ ମଣ୍ଡିତ ହେବେ।

ବୃଷ: ଅଭୀଷ୍ଟ ପୂରଣ ପାଇଁ ସନ୍ମାର୍ଗୀ ହୋଇପାରନ୍ତି। ପୁଣ୍ୟାର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଶାସ୍ତ୍ରଜ୍ଞ ହେବେ। ନିର୍ମଳ ଗୁରୁ ଭକ୍ତିଯୁକ୍ତ ହେବେ। ପ୍ରଭାବ ବିସ୍ତାରିତ ହେବ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ: କୁତ୍ସିତ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ପ୍ରଭାବହୀନ ହେବେ। କୁଶୀଳତା ଆପଣଙ୍କୁ ଅକ୍ତିଆର କରିପାରେ। କାର୍ଯ୍ୟ କ୍ଷେତ୍ରରେ ସତର୍କରେ ଚଳିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ: ପତ୍ନୀଙ୍କୁ ଶାରୀରିକ ଅବା ମାନସିକ ସ୍ତରରେ ଦୁଃଖାଭିଭୂତ କରିବାର ସୂଚନା ମିଳୁଛି। କଠିନ ସ୍ବଭାବସମ୍ପନ୍ନ ହେବେ। ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି। ପରୋପକାରୀ ହୋଇପାରନ୍ତି।

ସିଂହ: ସତ୍‌କର୍ମ କରି ଲୋକପୂଜ୍ୟ ହେବେ। ପରିଜନ ପୋଷକ ହୋଇପାରନ୍ତି। ଭ୍ରାତୃ ଭକ୍ତିଯୁକ୍ତ ଓ ଶତ୍ରୁ ଦମନକାରୀ ହୋଇପାରନ୍ତି। ସାମାଜିକ ସ୍ତରରେ ବିଖ୍ୟାତ ଓ ରାଜସମ୍ମାନଯୁକ୍ତ ହେବେ। ଧର୍ମ ପ୍ରତି ଭୟ ରହିପାରେ।

କନ୍ୟା: କୀର୍ତ୍ତିମାନ୍‌ ହେବେ। ନିତ୍ୟପ୍ରେମୀ ହେବେ। ବିକୃତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଚଳଚଞ୍ଚଳ ରହିବ। ପାପପରାଙ୍‌ମୁଖ ହୋଇପାରନ୍ତି। ବ୍ୟାବସାୟିକ ଧନ ଆପଣଙ୍କ ଭଣ୍ଡାର ପରିପୂର୍ଣ୍ଣ କରିପାରେ।

ତୁଳା: ଗୁପ୍ତ ବିଦ୍ୟା ପ୍ରିୟ ହେବେ। ମିଷ୍ଟଭାଷୀ ଓ କୋମଳ ହୃଦୟ ସମ୍ପନ୍ନ ହେବେ। ବିବାଦରେ ବିଜୟୀ ହେବେ। ସଙ୍ଗୀତପ୍ରେମୀ ହେବେ। ପିତୃ ଧନ କ୍ଷୟକାରୀ ହେବେ। ଯାନବାହନଯୁକ୍ତ ହେବେ।

ବିଛା: ମୁଖ୍ୟ କାର୍ଯ୍ୟ ନିର୍ବାହୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ପ୍ରଭୂତ କୋଷର ଅଧିକାରୀ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ସାଧୁ ସେବାରେ ନିୟୋଜିତ ହେବେ। ନିର୍ଭୀକ ଓ ମହାନୁଭବ ହେବେ।

ଧନୁ: ସମ୍ପତ୍ତିବାନ୍‌ ହୋଇପାରନ୍ତି। ପରାକ୍ରମୀ ହେବେ। ଚିନ୍ତା ଦୂର ହେବ। ଉଷ୍ମ ଖାଦ୍ୟ ପଦାର୍ଥ ସେବନକାରୀ ହୋଇପାରନ୍ତି। ପୈତୃକ ଧନ ପ୍ରଚୁର ପରିମାଣର ମିଳିବ। ସତ୍ୟବାଦୀ ଓ ଭ୍ରମଣଶୀଳ ହୋଇପାରନ୍ତି।

ମକର: ସତ୍ୟପ୍ରଜ୍ଞ ହେବେ। ଗୁଣାନୁରକ୍ତ ହୋଇପାରନ୍ତି। ଶୁଭାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ମହା ପ୍ରଭାବଶାଳୀ ହୋଇପାରନ୍ତି। ସୁଖ ଜୀବନ ଭୋଗ କରିବାର ସମ୍ଭାବନା ରହିଛି।

କୁମ୍ଭ: ବହୁଶ୍ରମୀ ହେବେ। ଆତୁର ମନୋଭାବର ହୋଇପାରନ୍ତି। ପରୋପକାରୀ ହେବେ। ଗୁଢ଼ ବିଦ୍ୟା ଅଧ୍ୟୟନ କରିବେ ଓ ଧାର୍ମିକ ପ୍ରବୃତ୍ତିର ହେବେ। କର୍ମଚଞ୍ଚଳ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ମୀନ: ବ୍ୟବସାୟ ଓ କର୍ମକ୍ଷେତ୍ରରେ ଶତ ପ୍ରତିଶତ କୃତକାର୍ଯ୍ୟ ହେବେ। ତେଜୀୟାନ୍‌ ହେବେ। ନୀତିନିଷ୍ଠ ହେବେ। କଲ୍ୟାଣମୂଳକ କାର୍ଯ୍ୟ କରିପାରନ୍ତି। ସତ୍ୟାନୁରକ୍ତ ହୋଇପାରନ୍ତି। ସୁବନ୍ଧୁଯୁକ୍ତ ହେବେ।

Breaking News