Report Card Odisha

| Daily Odia News

ସୁସ୍ଥ ଓ ନିରାମୟ ଜୀବନ ବିତାଇବେ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: କୃଷି କର୍ମରେ ସ୍ବାବଲମ୍ବୀ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବା ପାଇଁ ପରାମର୍ଶ ଦେଇପାରନ୍ତି। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀ ଓ ଯୁବକମାନେ ଉତ୍ସାହିତ ଓ ଦୃଢ଼ମନା ହୋଇପାରନ୍ତି।

ବୃଷ: ଈଶ୍ବରଙ୍କ ନିକଟରେ ଭାଗ୍ୟ ଓ ଭବିଷ୍ୟତକୁ ସମର୍ପି ଦେଇ କର୍ମତତ୍ପର ରହିବେ। ଭାଷା ମାର୍ଜିତ ହେଉଥିବାବେଳେ ବ୍ୟବହାର ଭଦ୍ରୋଚିତ ହେବ। ବିଦ୍ୟାର୍ଥୀ କୃିତିତ୍ବ ଅର୍ଜନ କରିବେ। ଯୁବକମାନେ ଉଦ୍ୟମୀ ହେବେ।

ମିଥୁନ: ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ମିଳିବ। ବିଦେଶଯାତ୍ରା ଫଳପ୍ରଦ ହେବ। ଛାତ୍ର ଓ ଯୁବ ସମ୍ପ୍ରଦାୟକଙ୍କ ଉତ୍ସାହ ବୃଦ୍ଧି ପାଇବ।

କର୍କଟ: ଆୟ ସୀମିତ ହେବ। ଭୋଜିଭାତ ଓ ମଉଜ ମଜଲିସରେ ସମୟ ଅତିବାହିତ କରିବେ। ଆହାର ସୁସ୍ବାଦୁ ହେବ; ମାତ୍ର ଅତ୍ୟଧିକ ହେଲେ ଅଗ୍ନିମାନ୍ଦ୍ୟର ଶିକାର ହୋଇପାରନ୍ତି। ବିଦ୍ୟାର୍ଥୀ ଭଲ ପାଠ ପଢ଼ିବେ।

ସିଂହ: ପ୍ରଭାତ ଫେରି ଦ୍ବାରା ଦେଶପ୍ରେମର ବାର୍ତ୍ତା ପ୍ରଚାର ଓ ପ୍ରସାର ପାଇଁ ସଂଘବଦ୍ଧ ହୋଇ ନିଜେ ଓ ଅନ୍ତେବାସୀଙ୍କୁ ଉଦ୍‌ବୋଧିତ କରିପାରନ୍ତି। ସଭାସମିତିରେ ବକ୍ତବ୍ୟ ପ୍ରଦାନ କରିପାରନ୍ତି। ସୁସ୍ଥ ରହିବେ।

କନ୍ୟା: ଶିକ୍ଷାନୁଷ୍ଠାନରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ଜଣେ ସମାଜସେବୀ ଭାବେ ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା: ବଂଶ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଉପଯୁକ୍ତ ଦାୟାଦର ଭୂମିକା ନିର୍ବାହ କରିପାରନ୍ତି। ନିଜର ଜ୍ଞାନାଲୋକରେ ସହକର୍ମୀଙ୍କ ଅଜ୍ଞାନତାକୁ ଦୂର କରିବେ। ବିଦ୍ୟାର୍ଥୀ ଓ ଯୁବଗୋଷ୍ଠୀଙ୍କ ମନ ପ୍ରଫୁଲ୍ଲ ରହିବ।

ବିଛା: ପାରିବାରିକ ଜୀବନ ସୁଖମୟ ହେବ। ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବ। ଭ୍ରମଣ ସମୟରେ ନିଜର ମୂଲ୍ୟବାନ ଜିନିଷଗୁଡ଼ିକ ଯତ୍ନରେ ରଖିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ଧନୁ: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଚ୍ଛା କରିବେ; କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ। ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ସଫଳ ହେବେ।

ମକର: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିନପାରେ। ଏଥିପାଇଁ ଆପଣ ନିରାଶ ହେବାକୁ ପଡ଼ିପାରେ। ପୂର୍ବରୁ ସଞ୍ଚିତ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ।

କୁମ୍ଭ: ଆପଣଙ୍କୁ ନିଜର ଚେଷ୍ଟାର ଫଳ ମିଳିବ। ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି। ନିଜର ଚେଷ୍ଟା ବଜାୟ ରଖନ୍ତୁ।

ମୀନ: ବ୍ୟସ୍ତ ହୋଇ କୌଣସି ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହି ସମୟଟା ବୋଧହୁଏ ଆପଣ ଚିନ୍ତଗ୍ରସ୍ତ ହୋଇ କାଟୁଛନ୍ତି। ବ୍ୟସ୍ତ ହୁଅନ୍ତୁ ନାହିଁ, ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚିନ୍ତାରୁ ମୁକ୍ତ ହେବେ।

Breaking News