ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ପ୍ରଥିତ ପ୍ରଭାବ ସମ୍ପନ୍ନ ହେବେ। ଲୋଭାସକ୍ତ ବ୍ୟକ୍ତି ହୋଇଥିବାରୁ ଜନସାଧାରଣଙ୍କ ବିରକ୍ତିଭାବର ସମ୍ମୁଖୀନ ହୋଇପାରନ୍ତି। ତୀର୍ଥ ଦର୍ଶନ କରି ପାପମୁକ୍ତ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ଯଶ୍ବସୀ ହେବେ।
ବୃଷ: ସୁଦୂରପ୍ରସାରୀ ପ୍ରଭୃତ୍ତ୍ବ ବିସ୍ତାର କରିପାରନ୍ତି। ମହାମନୁଷ୍ୟଭାବେ ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ବଂଶ ମର୍ଯାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ପିତୃମାତୃ ଭକ୍ତିଭାବର ହୋଇପାରନ୍ତି।
ମିଥୁନ: ଏପରି କାର୍ଯ୍ୟ ନ କରନ୍ତୁ; ଯାହା ପାଇଁ ସାଧୁମାନଙ୍କ ବିରାଗଭାଜନ ହେବାକୁ ପଡ଼ିବ। ନୀଚ ସେବା ବର୍ଜନ କରିବାକୁ ପଡ଼ିବ। ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଘ୍ନ ନହେବାକୁ ଚେଷ୍ଟା କରିବେ।
କର୍କଟ: ବିଭିନ୍ନ ଉପାୟ ଅବଲମ୍ବନ କରି ଧନବାନ୍ ହେବେ। ବହୁ ଧନୀ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ବିଦ୍ୟାବାନ୍, ଗୁଣୀ ଓ ଚତୁର ହେବେ। ପ୍ରଭୁଙ୍କ ପ୍ରୀତିପୂର୍ଣ୍ଣ କାର୍ଯ୍ୟ କରିବାରେ ଆତୁର ହେବେ।
ସିଂହ: ନରେନ୍ଦ୍ରନାଥ ସଦୃଶ କ୍ଷମତାଧାରୀ ଓ ମହାନୁଭବ ହୋଇପାରନ୍ତି। ସ୍ବପାତ୍ର ଅଙ୍ଗପ୍ରତ୍ୟେଙ୍ଗ ସୁଦୃଶ ହେବ। ଧୃତି, ସତ୍ୟ ଉପରେ ପର୍ଯ୍ୟବସିତ ହେବ। ମହା ପ୍ରଭାବଶାଳୀ ହେବେ।
କନ୍ୟା:ପିତାମାତାଙ୍କ କଲ୍ୟାଣଭାଜନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ଉପରେ ନିର୍ଭରଶୀଳ ହେବେ। ସହନଶୀଳ ମନୋଭାବର ହବେ। ଦୀନ, ଦରିଦ୍ରଙ୍କୁ ଦାନ କରି ମହାନ୍ ହେବେ।
ତୁଳା: ଜନସାଧାରଣଙ୍କ ପୂଜ୍ୟ ହୋଇପାରନ୍ତି। ତ୍ରିସନ୍ଧ୍ୟା ଧ୍ୟାନରେ ନିମଗ୍ନ ହୋଇପାରନ୍ତି। ଦନ୍ତ ଓ ନେତ୍ର ଶରୀର ଶୋଭା ବର୍ଦ୍ଧନକାରୀ ହେବେ। ଶତ୍ରୁମାନେ ଶରଣାଗତ ହୋଇପାରନ୍ତି। ସରକାରଙ୍କ ପ୍ରିୟ ହେବେ।
ବିଛା: ହୃଦୟବାନ୍ ହେବେ। ଉନ୍ନତ ଚିନ୍ତାଧାରା ଓ ଉତ୍ସାହପ୍ରଦ ଉପଦେଶ ଦେଇ ସହଯୋଗୀ ଓ ସହକର୍ମୀମାନଙ୍କର ବିଶ୍ବାସଭାଜନ ହେବେ। ପ୍ରାଣୀଙ୍କ ଉପରେ ଦୟାର୍ଦ୍ରଭାବ ପୋଷଣ କରିବେ। କର୍ମଠ ହେବେ।
ଧନୁ: ଅକ୍ଷୟ କୀର୍ତ୍ତି ଅର୍ଜନ କରିପାରନ୍ତି। ସ୍ବଧର୍ମରୁ ବିଚ୍ୟୁତ ହେେବ ନାହିଁ। ବ୍ରାହ୍ମଣ ସମ୍ମତ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ଅଧସ୍ତନ ଓ ନିର୍ଭରଶୀଳଙ୍କ ନୟନାଭିରାଗ ହୋଇପାରନ୍ତି। ଧନଯୁକ୍ତ ହେବେ।
ମକର: ସତର୍କ ନ ରହିଲେ ସରକାରଙ୍କ କୋପ ଦୃଷ୍ଟି ଆପଣଙ୍କର କ୍ଷତି ସାଧନ କରିପାରେ। ଧନଧାନ୍ୟ ହାନିର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳରେ ସତର୍କ ରହିବେ।
କୁମ୍ଭ:ପୁଣ୍ୟାର୍ଜନରେ ତତ୍ପରତା ପ୍ରକାଶ ପାଇବ। ସୁଶୀଳ ଚେଷ୍ଟା ଫଳବତୀ ହେବ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିନୟ ଭାବ ପ୍ରକାଶ କରିପାରନ୍ତି। ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ନିଷ୍ପତ୍ତିରେ ଅଟଳ ରହିବେ।
ମୀନ: ରିପୁ ନାଶନରେ ତତ୍ପରତା ପ୍ରକାଶ ପାଇବ। ଅତ୍ୟଧିକ ପରିଶ୍ରମରୁ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଭାବ ଅନଟନ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ବାହ୍ୟ ଖର୍ଚ୍ଚ କାଟ୍ କରିପାରନ୍ତି।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..