ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ବୃଷ : ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି କର୍ମକାରୀ ହେବେ। ଜଳଯାତ୍ରାରେ ବିପଦ ଅଛି। ମିତ୍ର ଓ ବନ୍ଧୁବତ୍ସଳ ହେବେ।
ମିଥୁନ : ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବିଦ୍ବାନ୍ ଓ ବନ୍ଧୁପ୍ରେମୀ ହେବେ।
କର୍କଟ : ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ଚରିତ, ମିତ୍ର ସୁଖ ଲାଭ କରିବେ। ବ୍ୟବସାୟରୁ ଧନାଗମ ହେବାର ସୂଚନା ମିଳୁଛି।
ସିଂହ : ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାତ୍ରା ବୃଦ୍ଧି ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ଆୟୁଷ୍ମାନ୍ ହେବେ। ସୁଖ ମିଳିବ।
କନ୍ୟା : କର୍ମଚଞ୍ଚଳ ରହିବେ। ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି। ରାଜଯୋଗ ଅଛି। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଉପୁଜିଥିବା ସମସ୍ୟାର ସମାଧାନ କରିବେ। ସାଧୁସନ୍ଥଙ୍କ ସମ୍ମାନାର୍ଥେ ଧନ ବ୍ୟୟ କରିବେ |
ତୁଳା : ଆୟୁଷ୍ମାନ୍ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା : କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ।
ଧନୁ : ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର : ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ।
କୁମ୍ଭ : ଜଣେ ସମାଜସେବୀ ଭାବେ ଜନସାଧାରଣଙ୍କର ଆଦରର ପାତ୍ର ହେବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି। ଉପୁଜିଥିବା ସମସ୍ୟାର ସମାଧାନ କରିବେ।
ମୀନ : ସୀମିତ ଆୟ ଯୋଗୁଁ ଦୈନଦିନ ଖର୍ଚ୍ଚରେ ସୁଧାର ଆଣିପାରନ୍ତି। ଭାଇଙ୍କ ଉପରେ ସ୍ନେହ, ଶ୍ରଦ୍ଧାଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..