ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଭୋଜନ ସୁସ୍ବାଦୁ ହେଲେ ବି ଲୋଭଗ୍ରସ୍ତ ହୋଇ ଅଗ୍ନିମାନ୍ଦ୍ୟର ଶିକାର ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।
ବୃଷ: ପ୍ରତ୍ୟେକ କ୍ଷେତ୍ରରେ ଭ୍ରାତୃ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ନିଜର ଦାମ୍ଭିକତା ପ୍ରକାଶ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ କରଣୀୟ।
ମିଥୁନ: ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପଢ଼ାପଢ଼ିରେ ମନୋନିବେଶ କରିବେ। ନ୍ୟାୟାଧୀଶଭାବେ ଅଭିଯୋଗର ମାନଦଣ୍ଡକୁ ବିଚାରକୁ ନେଇପାରନ୍ତି। ଅର୍ଜିତ ଅର୍ଥ ପ୍ରାପ୍ତ ହେବେ। ସୁସ୍ଥ ରହିବେ।
କର୍କଟ: ଆପଣଙ୍କ ଉଦାର ଭାବ ଜନସାଧାରଣଙ୍କ ପାଇଁ କଲ୍ୟାଣକାରୀ ହେବ। ଅସହିଷ୍ଣୁମାନେ ଆପଣଙ୍କୁ ବିପଦରେ ପକାଇ ପାରନ୍ତି। ଶ୍ରମ ସାର୍ଥକ ହେବ। ଶ୍ରମ କାତର ନ ହୋଇ ଚଳଚଞ୍ଚଳ ଓ କାର୍ଯ୍ୟକ୍ଷମ ହେବେ।
ସିଂହ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଠାକୁରଙ୍କ ଦର୍ଶନ ଲାଭ କରି ତେଜସ୍ବୀ ହୋଇପାରନ୍ତି। ଅଶାନ୍ତି ଦୂର ହେବ। ଉଚ୍ଚ ଆଶା ଫଳବତି ହୋଇପାରେ। ସଞ୍ଚୟାଭିମୁଖୀ ହେବେ। ସର୍ବତ୍ର ଆଦରଣୀୟ ହେବେ।
କନ୍ୟା: ଆଶାବାଦୀ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। କୃତୀ ପ୍ରତିଯୋଗୀଭାବେ ପୁରସ୍କୃତ ହେବେ। କର୍ମଚଞ୍ଚଳ ରହିବେ। ମତିମାନ୍ ହୋଇପାରନ୍ତି।
ତୁଳା: ସମ୍ବର୍ଦ୍ଧନାଜନିତ ଆୟ ଆଶାନୁରୂପ ହେବେ। ସରକାରୀ ସ୍ତରରୁ ଅର୍ଥାଗମ ହୋଇପାରେ। ଚିନ୍ତାଧାରା ଉନ୍ନତମାନର ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଧର୍ମକର୍ମ ସମ୍ପାଦନ କରିବେ।
ବିଛା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିବିଷ୍ଟ ରହି ଅଯଥା ବିତର୍କରୁ ଓହରିଯାଇ ପାରନ୍ତି। ମଧୁର ଭାଷା, ନମନୀୟ ବ୍ୟବହାର ଦ୍ବାରା ପରକୁ ଆପଣାର କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ତ୍ତବ୍ୟପରାୟଣ ହେବେ।
ଧନୁ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ଶ୍ରମ ସାର୍ଥକ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ।
ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପରିଶ୍ରମର ମୂଲ୍ୟ ମିଳିବ। ସରକାର ଓ ବେସରକାରୀ ଉଭୟ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦୟାବାନ୍ ବ୍ୟକ୍ତିଭାବେ ପ୍ରଶଂସାର ପାତ୍ର ହେବେ।
କୁମ୍ଭ: କାର୍ଯ୍ୟର ସଫଳତା ଲାଭ କରିବେ। ପ୍ରଭୂତ କ୍ଷମତା ପ୍ରାପ୍ତ ହୋଇ ବି କ୍ଷମତାର ବିକେନ୍ଦ୍ରୀକରଣ ଦ୍ବାରା ସମସ୍ତଙ୍କର ପ୍ରିୟପାତ୍ର ହୋଇପାରନ୍ତି। ସେବା ଭାବନାରେ ଉଦ୍ବୁଦ୍ଧ ହୋଇପାରନ୍ତି। କଲ୍ୟାଣକାରୀ ହେବେ।
ମୀନ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥ ଥାଇ ବି କର୍ତ୍ତବ୍ୟ ପଥରୁ ହୁଡିବେ ନାହିଁ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସତର୍କରେ ଚଳିବାକୁ ପଡ଼ିବ।






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..