ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ନିଜର ସାରସ୍ବତ ସାଧନାକୁ ବ୍ୟକ୍ତ କରିପାରନ୍ତି। ଅସୂର୍ଯ୍ୟସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହେବେ। ଧର୍ମକୁ ଜୀବନର ଆଧାର କରିପାରନ୍ତି।
ବୃଷ: ସୀମାହୀନର ସୀମା ଓ ଅସ୍ତିତ୍ବ ହୀନର ସ୍ଥିତି କେବେ କଳନା କରାଯାଇ ପାରିବ ନାହିଁ। ଆୟର ସ୍ଥିତିକୁ କଳନା କରି ବ୍ୟୟକୁ ସଙ୍କୁଚିତ କରିପାରନ୍ତି। ବିନୟ ଭାବର ହେଲେ ବିଦ୍ୟା ମୂଲ୍ୟବାନ୍ ହେବ।
ମିଥୁନ : ବାଣିଜ୍ୟ କାରବାରରେ ନିଷ୍ଠା ଓ ଧର୍ମ ନିକିତିର ସୁପରିମାଣ ଆପଣଙ୍କ ଧନ ଭଣ୍ଡାରକୁ ପରିପୂର୍ଣ୍ଣ କରିପାରେ। ଜଣେ ତେଜସ୍ବୀ ଓ ଧର୍ମ ପରାୟଣ ବ୍ୟକ୍ତିଭାବେ ପୂଜ୍ୟ ହେବେ। ଶିକ୍ଷାନୁଷ୍ଠାନରେ ପ୍ରାଣ ପ୍ରତିଷ୍ଠା କରିବେ।
କର୍କଟ: ପରିବାର ଜ୍ୟେଷ୍ଠ ନ ହେଲେ ବି ଦୟାଧର୍ମରେ ବିଲୀନ ହୋଇ ଶ୍ରେଷ୍ଠ ସ୍ଥାନ ଅଧିକାର କରି କୁଳ ପ୍ରଦୀପ ହେବେ। ଉଦାର ପ୍ରକୃତି ଓ ଶୋଭନ ବ୍ୟକ୍ତିତ୍ବ, କୃଷି କର୍ମରେ ପାରଦର୍ଶିତା ଆପଣଙ୍କୁ ମହାନ୍ କରିପାରେ।
ସିଂହ : ଈଶ୍ବରୀୟ ଭକ୍ତିରେ ନିଜେ ଶକ୍ତିସମ୍ପନ୍ନ ହେବେ। ଅନୁଜଙ୍କ ଭ୍ରାତୃଭକ୍ତିରେ ଆପଣଙ୍କ ସ୍ନେହ ଓ କରୁଣାର ଭଣ୍ଡାରକୁ ଉନ୍ମୁକ୍ତ ରଖିପାରନ୍ତି। ବିଭିନ୍ନ ଲୋକହିତରେ ନିର୍ମାଣାଧୀନ କାର୍ଯ୍ୟକୁ ଦାନକରି ପ୍ରଶଂସାଭାଜନ ହେବେ।
କନ୍ୟା: କର୍ମବଳରେ ବଳୀୟାନ୍ ହୋଇପାରନ୍ତି। ସ୍ବକର୍ମ ଆପଣଙ୍କ ଭାଗ୍ୟ ନିୟନ୍ତା ହେବ। ସହନଶୀଳ ମନୋଭାବ ଯୋଗୁଁ ଲୋକାଦୃତ ହେବେ। ମହାଶକ୍ତି ସମ୍ପନ୍ନ ହୋଇପାରନ୍ତି। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ।
ତୁଳା: ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି କୃପା ନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ସତ୍ୟ, ଶାନ୍ତି, ଦୟା ରୂପକ ଐଶ୍ବର୍ଯ୍ୟ ଆପଣଙ୍କ ମହନୀୟ ଗୁଣକୁ ପରିପ୍ରକାଶ କରିପାରେ। ସରକାରୀ କୃପାପାତ୍ର ହେବେ।
ବିଛା: ଧର୍ମର ନିର୍ଯ୍ୟାସକୁ ଠିକ୍ ଭାବେ ବୁଝି ପାରୁଥିବା ଆପଣ ଧର୍ମଶୀଳ ବ୍ୟକ୍ତିଭାବେ ପରିଗଣିତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ସୁଖୀ ରହିବେ।
ଧନୁ: ପାପ, ତାପ ପରିହରକ ହୋଇପାରନ୍ତି। ଶାଶ୍ବତ ଓ ଆନନ୍ଦ ସାଗରରେ ବିଲୀନ ହୋଇପାରନ୍ତି। ଉପୁଜିଥିବା ସମସ୍ୟାର ସମ୍ମୁଖୀନ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦାନଧର୍ମକୁ ଦୀକ୍ଷା ରୂପେ ଗ୍ରହଣ କରିବେ।
ମକର:ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ଶୁଦ୍ଧ ଆଚରିତ ପରଧର୍ମଠାରୁ ନିଜଧର୍ମ ଗୁଣରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ। ସ୍ବଧର୍ମରେ ମନୁଷ୍ୟ ପାପଭାଗୀ ହୁଏ ନାହିଁ। କୁମ୍ଭ: ବ୍ରାହ୍ମ ମୁହୂର୍ତ୍ତରେ ଶୂନ୍ୟ ପୁରୁଷଙ୍କୁ ଧ୍ୟାନ କରି ତାଙ୍କ ସ୍ବପ୍ନଦେଶରେ କାର୍ଯ୍ୟ କଲେ ସଫଳତାର ଶୀର୍ଷରେ ଉପନୀତ ହେବେ। ଉଦ୍ୟୋଗପତି ହେବାକୁ ଇଚ୍ଛା କରିପାରନ୍ତି। ସୁଖସମୃଦ୍ଧି ସହିତ ଜୀବନ ଚିନ୍ତାଯୁକ୍ତ ହେବ।
ମୀନ : ରସହୀନ ଉଦ୍ୟମ ପାଷାଣ ସଦୃଶ୍ୟ ହୋଇପାରେ। ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। କାର୍ଯ୍ୟ ସ୍ବାଭିମାନ ଭରା ହୋଇପାରେ। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ।






More Stories
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..
ସଂଯମତା ରକ୍ଷା କରନ୍ତୁ…..