ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଆଧ୍ୟାତ୍ମ ଚିନ୍ତନ ବିନା ମନୁଷ୍ୟ ମନରେ ବିନୀତ ଭାବ ଉତ୍ପନ୍ନ ହୁଏ ନାହିଁ। ନିଷ୍କାମ କର୍ମ ହିଁ ପ୍ରକୃତ ସଚ୍ଚା ଯୋଗ। ଯାହାଦ୍ବାରା ଆପଣ ପତ୍ୟେକ କ୍ଷେତ୍ରରେ ପୂଜ୍ୟ ଓ ବିଜୟୀ ହେବେ। ସୁଖୀ ଜୀବନ ବିତାଇବେ।
ବୃଷ: ସ୍ବକର୍ମ ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିପାରେ। ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି। ଦୈବୀବଳରେ ମହାଶକ୍ତି ଓ ମହାଦ୍ୟୁତି ସମ୍ପନ୍ନ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି।
ମିଥୁନ: ପୁଣ୍ୟାର୍ଜନର ଦ୍ବାରକୁ ଉନ୍ମୁକ୍ତ ରଖି ପାରନ୍ତି। ପିତୃ ସତ୍ୟରେ ବନବାସ ହେଉଥିବାବେଳେ ପୁତ୍ର ସତ୍ୟରେ କାରାନିବାସୀ ହୋଇପାରନ୍ତି। ଢୋକେ ପିଇ ଦଣ୍ଡେ ରହିବା ନୀତିକୁ ଅଭ୍ୟାସ କରନ୍ତୁ। ସୁଖସମୃଦ୍ଧିଯୁକ୍ତ ହେବେ।
କର୍କଟ: ଏକାନ୍ତ ସାଧନାରେ ସିଦ୍ଧିପ୍ରାପ୍ତ ହେବେ, ମାତ୍ର ଏହା ଅହଂକାର ଶୂନ୍ୟ ହେବେ। ଆବଶ୍ୟକତା ଯାହା ଆପଣଙ୍କ ଦ୍ବାରା ସମ୍ଭବ ହେବ। ମାର୍ଜିତ ଓ ପ୍ରେମପୂର୍ଣ୍ଣ ଭାଷା ବ୍ୟବହାର କରି ଅଜାତଶତ୍ରୁ ହୋଇପାରନ୍ତି।
ସିଂହ: ସତ୍କର୍ମ କରି ଲୋକପୂଜ୍ୟ ହେବେ। ପରିଜନ ପୋଷକ ହୋଇପାରନ୍ତି। ଭ୍ରାତୃ ଭକ୍ତିଯୁକ୍ତ ଓ ଶତ୍ରୁ ଦମନକାରୀ ହୋଇପାରନ୍ତି। ସାମାଜିକ ସ୍ତରରେ ବିଖ୍ୟାତ ଓ ରାଜସମ୍ମାନଯୁକ୍ତ ହେବେ। ଧର୍ମ ପ୍ରତି ଭୟ ରହିପାରେ।
କନ୍ୟା: କୀର୍ତ୍ତିମାନ୍ ହେବେ। ନିତ୍ୟପ୍ରେମୀ ହେବେ। ବିକୃତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଚଳଚଞ୍ଚଳ ରହିବ। ପାପପରାଙ୍ମୁଖ ହୋଇପାରନ୍ତି। ବ୍ୟାବସାୟିକ ଧନ ଆପଣଙ୍କ ଭଣ୍ଡାର ପରିପୂର୍ଣ୍ଣ କରିପାରେ।
ତୁଳା: ଗୁପ୍ତ ବିଦ୍ୟା ପ୍ରିୟ ହେବେ। ମିଷ୍ଟଭାଷୀ ଓ କୋମଳ ହୃଦୟ ସମ୍ପନ୍ନ ହେବେ। ବିବାଦରେ ବିଜୟୀ ହେବେ। ସଙ୍ଗୀତପ୍ରେମୀ ହେବେ। ପିତୃ ଧନ କ୍ଷୟକାରୀ ହେବେ। ଯାନବାହନଯୁକ୍ତ ହେବେ।
ବିଛା: ମୁଖ୍ୟ କାର୍ଯ୍ୟ ନିର୍ବାହୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ପ୍ରଭୂତ କୋଷର ଅଧିକାରୀ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ସାଧୁ ସେବାରେ ନିୟୋଜିତ ହେବେ। ନିର୍ଭୀକ ଓ ମହାନୁଭବ ହେବେ।
ଧନୁ: ସମ୍ପତ୍ତିବାନ୍ ହୋଇପାରନ୍ତି। ପରାକ୍ରମୀ ହେବେ। ଚିନ୍ତା ଦୂର ହେବ। ଉଷ୍ମ ଖାଦ୍ୟ ପଦାର୍ଥ ସେବନକାରୀ ହୋଇପାରନ୍ତି। ପୈତୃକ ଧନ ପ୍ରଚୁର ପରିମାଣର ମିଳିବ। ସତ୍ୟବାଦୀ ଓ ଭ୍ରମଣଶୀଳ ହୋଇପାରନ୍ତି।
ମକର: ସତ୍ୟପ୍ରଜ୍ଞ ହେବେ। ଗୁଣାନୁରକ୍ତ ହୋଇପାରନ୍ତି। ଶୁଭାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ମହା ପ୍ରଭାବଶାଳୀ ହୋଇପାରନ୍ତି। ସୁଖ ଜୀବନ ଭୋଗ କରିବାର ସମ୍ଭାବନା ରହିଛି। କୁମ୍ଭ: ବହୁଶ୍ରମୀ ହେବେ। ଆତୁର ମନୋଭାବର ହୋଇପାରନ୍ତି। ପରୋପକାରୀ ହେବେ। ଗୁଢ଼ ବିଦ୍ୟା ଅଧ୍ୟୟନ କରିବେ ଓ ଧାର୍ମିକ ପ୍ରବୃତ୍ତିର ହେବେ। କର୍ମଚଞ୍ଚଳ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ମୀନ : ବ୍ୟବସାୟ ଓ କର୍ମକ୍ଷେତ୍ରରେ ଶତ ପ୍ରତିଶତ କୃତକାର୍ଯ୍ୟ ହେବେ। ତେଜୀୟାନ୍ ହେବେ। ନୀତିନିଷ୍ଠ ହେବେ। କଲ୍ୟାଣମୂଳକ କାର୍ଯ୍ୟ କରିପାରନ୍ତି। ସତ୍ୟାନୁରକ୍ତ ହୋଇପାରନ୍ତି। ସୁବନ୍ଧୁଯୁକ୍ତ ହେବେ।
More Stories
ମାନ-ସମ୍ମାନ ପ୍ରାପ୍ତ ହେବେ…..
ଉଦ୍ୟୋଗୀ ହେବେ…..
ବନ୍ଧୁପ୍ରେମୀ ହେବେ…..