Report Card Odisha

| Daily Odia News

ଏହି ତିନି ରାଶିଙ୍କ ଭାଗ୍ୟ ଚମକିବ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୁମ୍ଭ ରାଶିରୁ ମୀନ ରାଶିରେ ଶନି ଦେବ ପ୍ରବେଶ କରିଛନ୍ତି । ଶନି ଗୋଚର ସାରା ଦେଶ ଏବଂ ବିଶ୍ୱ ଉପରେ ପ୍ରଭାବ ପକାଇବ । ଏହା ସହ ୧୨ଟି ରାଶି ଚକ୍ର ଉପରେ ଏହାର ପ୍ରଭାବ ରହିବ ବୋଲି ଫଳିତ ଜ୍ୟୋତିଷରେ ପ୍ରକାଶ କରାଯାଇଛି। କଛି ରାଶିଙ୍କ ଉପରେ ଏହାର ଭଲ ପ୍ରଭାବ ରହିଥିବା ବେଳେ ଅନ୍ୟ କିଛି ରାଶିଙ୍କ ଉପରେ ଏହାର ସାଧାରଣ ପ୍ରଭାବ ରହିବ। ତିନୋଟି ରାଶିଙ୍କ ଉପରେ ଏହାର ଭଲ ପ୍ରଭାବ ରହିବ ବୋଲି କୁହାଯାଉଛି ।

ବୃଷ ରାଶି – ଶିନଙ୍କ ଗୋଚରରରେ ବୃଷ ରାଶିଧାରୀଙ୍କ ଉପରେ ଭଲ ପ୍ରଭାବ ପଡିବ । ଏମାନଙ୍କୁ ଭୌତିକ ସୁଖ ସହ ଆର୍ଥିକ ସ୍ଥିତିରେ ପ୍ରଗତି ହେବ । ସଫଳତା ପାଇବେ । ଧର୍ମ କର୍ମରେ ଅଂଶଗ୍ରହଣ କରିବେ ।

ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଭଲ ଫଳ ପ୍ରଦାନ କରିବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ ମାନ ସମ୍ମାନ ମିଳିବ । ଖୁସୀ ଖବର ଆସିବାର ସମ୍ଭାବନା ରହିଛି ।

ତୁଳାରାଶି – ତୁଳାରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶନି ଗୋଚର ବେଶ୍‌ ଭଲ ପ୍ରଭାବ ଆଣିପାରେ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ଅଦାଲତରେ ବିଜୟୀ ହୋଇପାରନ୍ତି । ଚାକିର କରୁଥିବା ବ୍ୟକ୍ତି ପଦୋନ୍ନତି ପାଇପାରନ୍ତି ।

Breaking News