ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ ଓ ମୋହର ଜାଲରେ ନ ପଡ଼ି, ସମାଜର ଜଣେ କୃତୀ ସନ୍ତାନଭାବେ ନିଜର ପରିଚୟ ସୃଷ୍ଟି କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତାରୁ ବିବାଦରେ ବିଜୟୀ ହେବେ।
ବୃଷ: ହିଂସା, ଦ୍ବେଷ, ପରିଶ୍ରୀକାତରତାରୁ ଊର୍ଦ୍ଧ୍ବରେ ରହି ପ୍ରାପ୍ତ କ୍ଷମତାର ଭାଇଚାରା ଭାବ ପ୍ରବର୍ତ୍ତନ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ପତ୍ନୀଙ୍କ ବିଶ୍ବାସକୁ ଅତୁଟ ରଖିବେ।
ମିଥୁନ: ନିଜ ପାଣ୍ଡିତ୍ୟର ପ୍ରତିଭା ପରିସ୍ଫୁଟ ପାଇଁ ପ୍ରୟାସୀ ହୋଇଥିବାବେଳେ ସାମାନ୍ୟ ଅସୁସ୍ଥତା, ଆପଣଙ୍କ ଉଦ୍ୟମକୁ ନିଷ୍କ୍ରିୟ କରିପାରେ। ଆଜି ଦିନରେ ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।
କର୍କଟ: ବିଗତ ଏକ ମାସ ମଧ୍ୟରେ ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଓ ଉନ୍ନୟନଦାୟକ ହୋଇପାରେ। କର୍ମତତ୍ପର ରହି ବହୁ ସୁଫଳର ଅଧିକାରୀ ହେବେ। ନିଜର ସାରସ୍ବତ୍ବ ସାଧନାକୁ ବ୍ୟକ୍ତ କରିପାରନ୍ତି।
ସିଂହ: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଆପଣଙ୍କ କପଟହୀନ ସ୍ବଭାବ ଓ ସ୍ନେହାସ୍ପଦ ବ୍ୟବହାର ଅଜାତଶତ୍ରୁ କରିପାରେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି।
କନ୍ୟା: ଆବଶ୍ୟକ ଅର୍ଥ ଅକ୍ଲେଶରେ ହାତକୁ ଆସିବ। ପ୍ରେମମୟୀ ପତ୍ନୀଙ୍କ ସହଯୋଗ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତିର ମୂଳଦୁଆ ପକାଇବ। ପ୍ରବଚନ ଦେବାର ପ୍ରସ୍ତୁତି ସ୍ବରୂପ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ।
ତୁଳା: ନିଜର ଓ ପରିବାରର ସ୍ବାସ୍ଥ୍ୟ ରକ୍ଷା ପାଇଁ ବାସଗୃହକୁ ପ୍ରଦୂଷଣମୁକ୍ତ ରଖିବାକୁ ସଚେଷ୍ଟ ହେବେ। ମହନୀୟ ରାଜପଦ ଓ ଅତୁଳ ଧନ ସମ୍ପଦର ଅଧିକାରୀ ହେବେ। ଉଦାରଚେତା ସ୍ବଭାବ ଆପଣଙ୍କୁ ମହାନ୍ କରିବେ।
ବିଛା: ଭାଷାରେ ନୂତନ ଦିଗନ୍ତ ସୃଷ୍ଟିକରି ଅଧସ୍ତନଙ୍କଠାରୁ ଆଶାନୁରୂପ ଶ୍ରମ ଆଦାୟ କରିପାରନ୍ତି। ବ୍ରହ୍ମବାଦୀ ହୋଇ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧ କରିପାରନ୍ତି। ଅସୁସ୍ଥତାର ଉପସମ ହେବ। ରୋଜଗାର ବୃଦ୍ଧି ହେବ।
ଧନୁ: ସ୍ବଚ୍ଛ ସ୍ବଭାବ ସମ୍ପନ୍ନ ହେବେ। ମତିମାନ୍, କର୍ତ୍ତବ୍ୟ ପରାୟଣ, ତ୍ୟାଗରୂପକ ମହତ୍ ପ୍ରୟାସୀ ହୋଇପାରନ୍ତି। ବେଶ ପରିପାଟୀ ଦେବଦୁଲ୍ଲର୍ଭ ହେବ। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ।
ମକର: କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। କୁମ୍ଭ: ନିରାଡ଼ମ୍ବର ଓ ସରଳ ଜୀବନଯାପନ ଆପଣଙ୍କର ଧ୍ୟେୟ ହୋଇଛି। ଆତ୍ମବିଶ୍ବାସକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁସ୍ଥ ରହିବେ।
ମୀନ: ଅନ୍ୟମନସ୍କ ନ ହୋଇ ମନକୁ ସାଧିଲେ ସବୁ ସାଧ୍ୟ ହୋଇଯିବ। ଜ୍ଞାନ ପିପାସା ମେଣ୍ଟାଇବାରେ ସିଦ୍ଧହସ୍ତ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତି ଉଦ୍ୟମ ଫଳବତୀ ହେବ।






More Stories
ପ୍ରେମ ସମ୍ପର୍କ ଭଲ ରହିବ…..
ଦିନଟି ଶୁଭ ଅଟେ…..
ଆତ୍ମବିଶ୍ୱାସ ବଢ଼ିବ…..