Report Card Odisha

| Daily Odia News

ଆର୍ଥିକ ସ୍ଥିତିର ସ୍ବଚ୍ଛଳତା ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମେଷ : ଆପଣଙ୍କର ସହନଶୀଳ ମନୋଭାବ ଓ ପରୋପକାରଜନିତ ସେବା କାର୍ଯ୍ୟ ପାଇଁ ଉପୁଜିଥିବା ଶତ୍ରୁତାର ବିଲୋପ ଘଟିବ। ଆର୍ଥିକ ସ୍ଥିତିର ସ୍ବଚ୍ଛଳତା ଯୋଗୁଁ ଋଣ ଗ୍ରହଣ କରିବାକୁ ପଡ଼ିବ ନାହିଁ।
ବୃଷ: ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ଅନନ୍ୟ ପ୍ରତିଭାସମ୍ପନ୍ନ ହେବେ। ମହତ୍‌ ଲୋକଙ୍କ ପାଖରୁ ଭିକ୍ଷା ନ ମିଳିଲେ ମଧ୍ୟ ସହିହେବ; ମାତ୍ର ଅଧମଠାରୁ ଭିକ୍ଷା ବର୍ଜନୀୟ। ପତ୍ନୀ ପ୍ରେରଣାଦାୟିନୀ ହେବେ।
ମିଥୁନ: ଅତି ମାନସ ଜ୍ଞାନଚକ୍ଷୁକୁ ଉନ୍ମୋଚନ କରିବାକୁ ପଡ଼ିବ। ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ମହତ୍‌ ପ୍ରୟାସୀ ହୋଇପାରନ୍ତି। ଉଦାର ଚେତା, ଉଦାର ଚରିତ ଓ ଉଦାର ସ୍ବଭାବର ହେବେ।
କର୍କଟ: କେବଳ ଆଧ୍ୟାତ୍ମଚିନ୍ତନ ମନୁଷ୍ୟ ମନରେ ବିନୀତ ଭାବ ଉତ୍ପନ୍ନ କରେ। ପରର ଶୁଭକାମନା ଭଳି ମାନବୋଚିତ କାର୍ଯ୍ୟ କରି ଶାଶ୍ବତ ସୁଖର ଅଧିକାରୀ ହେବେ। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ।
ସିଂହ: ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି। ସଂଯମ ପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ମହନୀୟ କର୍ମସମୂହ ଆପଣଙ୍କୁ ଶ୍ରେଷ୍ଠାସନରେ ଆସୀନ କରିବ। ସତ୍ୟଧର୍ମ ପରାୟଣ ହେବେ।
କନ୍ୟା: ପ୍ରେମର ବନ୍ଧନକୁ ଶିଥିଳ ନ କରି ସାମାଜିକ ଦାୟିତ୍ବବୋଧ ଓ ପରିବାର ସଂଜ୍ଞାକୁ ଉଦ୍‌ଭାଷିତ କରିପାରନ୍ତି। ସ୍ବାସ୍ଥ୍ୟପ୍ରଦ ଭୋଜନ ତୃପ୍ତିଦାୟକ ହେବ। ନୀତି, ନୈତିକତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବେ।
ତୁଳା: ମନରେ ସାହସ ଓ ଆତ୍ମପ୍ରତ୍ୟୟ ସୃଷ୍ଟି କରିପାରିଲେ ଲକ୍ଷ୍ୟସ୍ଥଳରେ ଉପନୀତ ହେବେ। ଦୃଢ଼ ଇଚ୍ଛାଶକ୍ତିସମ୍ପନ୍ନ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ନିଜ ଧୀ’ଶକ୍ତି ପ୍ରୟୋଗରେ ସଫଳତା ମିଳିବ।
ବିଛା: ସମୟର ଆଳ ନ ଦେଖାଇ ପୁଣ୍ୟ କାର୍ଯ୍ୟ ତତ୍କାଳ ନିର୍ବାହ କରିବେ। ମାନବିକତାର ପରିଚାୟକ ଆପଣଙ୍କ ଧେୟ ହୋଇଛି। ବିଭାଗୀୟ କାର୍ଯ୍ୟର କର୍ମ ପ୍ରବଣତା ଆପଣଙ୍କୁ ଉଚ୍ଚାସନ ଦେଇପାରେ।
ଧନୁ: ମହାନତା, ତ୍ୟାଗ, ଦୟା, କ୍ଷମା, ପରୋପକାର, ନମ୍ରତା, ନିରହଙ୍କାର ଭାବ ଆଦି ଦେବୋପମ ଗୁଣାବଳୀ ସମୟକ୍ରମେ ଲୋକଲୋଚନକୁ ଆସିଛି। ନିଜର ଗୁଣାଲୋକରେ ଅବସ୍ଥାପିତ ସଂସ୍ଥାକୁ ଆଲୋକିତ କରିବେ।
ମକର: ପ୍ରତ୍ୟୁତ୍ପନ୍ନମତିସମ୍ପନ୍ନ ହେବେ। କ୍ଷମତାଠାରୁ ଦୂରେଇ ରହି ଅବସ୍ଥା ଅନୁଧ୍ୟାନ କରିବେ। ମହତରୁ ମହୀୟାନ୍‌, ବିବେକ, ବୁଦ୍ଧି ଓ ଦୂରଦୃଷ୍ଟିସମ୍ପନ୍ନ ହେବେ। ଏକାଧାରରେ ସର୍ବଦର୍ଶୀ, ବିମୁକ୍ତାତ୍ମା ସର୍ବୋଜ୍ଞ ହେବେ।
କୁମ୍ଭ: ଜିଦ୍‌ଖୋର ମନୋବୃତ୍ତିକୁ ପରିତ୍ୟାଗ କରି ସହନଶୀଳ ମନୋଭାବାପନ୍ନ ହେବାକୁ ଚେଷ୍ଟା କରିବେ। ପ୍ରାରବ୍ଧ କର୍ମ ଭଳି ଅଟଳ ବିଧାନକୁ ସ୍ମରଣ କରିବାକୁ ପଡ଼ିବ। ଭକ୍ତ ହୋଇଥିଲେ ଭକ୍ତିର ଶକ୍ତିକୁ ଆବାହନ କରିବେ।
ମୀନ: ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟ କରି ପାବଚ୍ଛ ଅତିକ୍ରମ କରିପାରନ୍ତି। ସେବା ଭାବନାରେ ପ୍ଲାବିତ ହେଲେ ଅଶେଷ କଲ୍ୟାଣ ସାଧିତ ହେବ। ଲୋଭ, ମୋହ, କାମ, କ୍ରୋଧକୁ ପରିତ୍ୟାଗ କରି ପାରନ୍ତି।

Breaking News