ରିପୋର୍ଟକାର୍ଡ / ଭୁବନେଶ୍ୱର
ମେଷ: ଶ୍ରମିକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆପଣ ଅର୍ଥନୀତି ଶିକ୍ଷା ଉପରେ ଗୁରୁତ୍ବ ଦେବେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଗୁରୁବାଣୀକୁ ସାଦରେ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାଶୀଳ ହୋଇପାରନ୍ତି। ଗଁା ଗହଳିର ନ୍ୟାୟ, ନିଶାପରେ ଅଗ୍ରଣୀ ଭୂମିକା ଗ୍ରହଣ କରି ନ୍ୟାୟ ପ୍ରଦାନରେ ପ୍ରଶଂସନୀୟ ହେବେ। ସୁସ୍ଥ ଜୀବନ ବିତାଇବେ।
ମିଥୁନ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ବିପଦର ମୁକାବିଲା କରିପାରନ୍ତି। ଉପୁଜିଥିବା ଅସୁସ୍ଥତା କ୍ଷଣସ୍ଥାୟୀ ହେବ। ଜଳଯାତ୍ରାରେ ନ କରିବା ଭଲ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
କର୍କଟ: ଶ୍ରମକାତର ନ ହୋଇ କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ଆଜି ଦିନ ଭିତରେ ସୁଫଳର ଧାରା ଅବ୍ୟାହତ ରହିବ। ସପତ୍ନୀକ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ସେବାକରି ଆତ୍ମସନ୍ତୋଷ ଲାଭ କରିବେ।
ସିଂହ: ଶତ୍ରୁକୁ ଧରାଶାୟୀ କରିବା ପାଇଁ ଭାଇମାନଙ୍କ ସହାୟତା ଫଳପ୍ରଦ ହେବ। କଠିନ ଶ୍ରମ ସ୍ବୀକାର କରି ପ୍ରାପ୍ତ ଅର୍ଥରେ ଋଣ ପରିଶୋଧ କରିପାରନ୍ତି। ସର୍ବୋପରି ପତ୍ନୀଙ୍କ ଉପଦେଶ ଉପାଦେୟ ହେବ।
କନ୍ୟା: ପରୀକ୍ଷାର ବୋଝ ମୁଣ୍ଡ ଉପରେ ଥିବାରୁ ସମୟର ଅପଚୟ ନ କରି ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଶ୍ରମର ମୂଲ୍ୟାଙ୍କନ ହୋଇ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରେ। ବ୍ୟବସାୟ ଲାଭଜନକ ହେବ।
ତୁଳା: ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ଗମନଗମନରେ ଯାନବାହନ ସୁଖ ମିଳିପାରେ।
ବିଛା: ଶ୍ରମଜୀବୀମାନେ ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଆଣିପାରନ୍ତି। ଦେବ ଦର୍ଶନ ପାଇଁ ସମସ୍ତ କଳ୍ମଷ ଦୂର କରିପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସହାୟତା ମିଳିବ।
ଧନୁ: ଜଣେ ସତ୍ୟନିଷ୍ଠ ଓ ତ୍ୟାଗଶୀଳ ବ୍ୟକ୍ତିବିଶେଷ ହୋଇ ମଧ୍ୟ ନିଜର ଶ୍ରମ ଦାନ କରି ଧନ ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବା ଧନ ଅର୍ଜନର ଅନ୍ୟତମ କାରଣ ହୋଇପାରେ। ଧନଲାଭରେ ଅତିସୁଖୀ ହେବେ।
ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉପହାର ଜନିତ ଆୟ ଆଶାନୁରୂପ ହୋଇପାରେ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଶ୍ରମ ସାର୍ଥକ ହେବ।
କୁମ୍ଭ: ଅକ୍ଳାନ୍ତ ପରିଶ୍ରମ କରି ଆପଣ ଅର୍ଜନ କରିଥିବା କୀର୍ତ୍ତିର ବିଲୁପ୍ତ ଘଟିବ ନାହଁି। ଜଣେ କରିତ୍କର୍ମା ବ୍ୟକ୍ତିବିଶେଷଭାବେ ଜନସାଧାରଣଙ୍କର ପ୍ରଶଂସାଭାଜନ ହେବେ। ସରକାରୀ କୃପା ଓ ସମ୍ମାନ ପ୍ରାପ୍ତ ହେବେ।
ମୀନ: ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭାଗୀୟ ସୂତ୍ରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ମାସ ବ୍ୟାପୀ କରିଥିବା ପରିଶ୍ରମର ଫଳ ଆଜି ପ୍ରାପ୍ତ ହେବେ।






More Stories
ବାଧାବିଘ୍ନ ଦୂର ହୋଇଯିବ…..
କୀର୍ତ୍ତିମାନ୍ ହୋଇପାରନ୍ତି…..
ଆତ୍ମବିଶ୍ୱାସ ବଢ଼ିବ…..